ଅପରାଧ ରାଜ୍ୟ

ଆସିପାରିଲାନି ଆମ୍ୱୁଲାନ୍ସ, ଦୋକାନ ବାରଣ୍ଡାରେ ପ୍ରସବ କଲେ ମହିଳା

ସମ୍ୱଲପୁର ୨୭/୧୦: ଆସିଲାନି ଆମ୍ବୁଲାନ୍ସ ଦୋକାନ ବାରଣ୍ଡାରେ ପ୍ରସବ କଲେ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ସମ୍ବଲପୁର ସହର ଅଇଁଠାପାଲି ଅଂଚଳରେ ।

ସୂଚନା ଅନୁସାରେ ମହିଳା ରାଉରକେଲାର ସରସ୍ୱତୀ ନାୟକ ଓ ସ୍ୱାମୀ ରବି ନାୟକ ପ୍ଲାଷ୍ଟିକ ଗୋଟାଇ ତାକୁ ବିକ୍ରି କରି ଚଳିଥାନ୍ତି । ସମ୍ବଲପୁରରେ ଗତ କିଛି ବର୍ଷ ହେଲା ରହିଆସୁଥିବା ବେଳେ ତାଙ୍କର ୩ଟି ଛୋଟ ଛୋଟ ଛୁଆ ଅଛନ୍ତି । ଘର ନଥିବାରୁ ଦୋକାନ ବାରଣ୍ଡାରେ ରହିଆସୁଛନ୍ତି ପରିବାର । ତେବେ ପ୍ରସବ ଯନ୍ତ୍ରଣା ହେବାରୁ ମହିଳାଙ୍କ ସ୍ୱାମୀ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ଦୋକାନ ବାରଣ୍ଡାରେ ପ୍ରସବ କରିଛନ୍ତି ମହିଳା ।

ତେବେ ଘଟଣା ଜଣା ପଡିବା ପରେ ଲୋକ ଜମା ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଫଳରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଏ ସଂପର୍କରେ ଜଣାଯାଇଥିଲା । ଏ ବାବଦରେ ଜାଣିବା ପରେ ପରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ମାଆ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି ସହ ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସଂଗେ ସଂଗେ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ପରେ ଗୋଟିଏ ଅଧିକାରୀ ପହଞ୍ଚି ମାଆ ଓ ଶିଶୁଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।