ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିକା ଚିନିଶିଳ୍ପରେ ଧଳାହାତୀ ‌ପୋଷା; ଆଖୁଚାଷୀ, ଚାଷକୁ ପ୍ରୋତ୍ସାହନ ଚିନ୍ତା ନାହିଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଆସିକା : ସମଗ୍ର ଏସିଆରେ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଆସିକାର ଚିନିଶିଳ୍ପ ପାଇଁ ମୁଖ୍ୟ ଆବଶ୍ୟକ ଆଖୁର ଉତ୍ପାଦନ ହ୍ରାସ ପାଇଛି। ଏବେ ଏହା ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏପଟେ, ଚିନିଶିଳ୍ପର ପରିଚାଳନା ଦାୟିତ୍ବ ବଡ଼ବଡ଼ ଅଧିକାରୀଙ୍କୁ ଦିଆଯାଉଥିବା ବେଳେ ଆଖିଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ସତେ ଯେମିତି, ଧଳାହାତୀ ପୋଷି ସରକାର ନିଜର ଦାୟିତ୍ବ ସାରିଦେଉଛନ୍ତି।

ଆଖୁଚାଷୀଙ୍କ ଉଦ୍ୟମ ଏବଂ ସହଯୋଗରେ ହିଁ ଆସିକା ଚିନିଶିଳ୍ପ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଆସିକା, ଶେରଗଡ଼, ଧରାକୋଟ, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, କୋଦଳା, ବେଲଗୁଣ୍ଠା ଓ ସାନଖେମୁଣ୍ଡି ସମେତ ୧୬ଟି ବ୍ଲକ୍‌ରେ ସହସ୍ରାଧିକ ଏକର ଜମିରେ ଆଖୁଚାଷ ହେଉଥିଲା। କିନ୍ତୁ, ୨୦୧୩ ମସିହା ଫାଇଲିନ୍ ବାତ୍ୟା ଓ ୨୦୧୪ରେ ହୁଡ୍‌ହୁଡ୍ ବାତ୍ୟା ଆଖୁଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି। ପୂର୍ବରୁ ୪ରୁ ୫ ମାସ ଧରି ଶିଳ୍ପରେ ୧ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ଆଖୁପେଡ଼ା ହେଉଥିଲା। କିନ୍ତୁ, ତାହା ଏବେ ହ୍ରାସ ପାଇଛି। ଗତବର୍ଷ ୩୦ ଦିନ ମଧ୍ୟରେ ଚିନିଶିଳ୍ପରେ ମାତ୍ର ୩୫ ହଜାର ମେଟ୍ରିକ୍‌ ଟନ୍ ଆଖୁପେଡ଼ା ଶେଷ ହୋଇଥିଲା। ଚଳିତବର୍ଷ ପାଇଁ ଗତ ୧୨ ତାରିଖରୁ ଆଖୁପେଡ଼ା ଆରମ୍ଭ ହୋଇଥିବା ବେଳେ ତାହା ବି ମାସକ ମଧ୍ୟରେ ସରିଯିବ। ଫଳରେ, ଆଗକୁ କେତେ ପରିମାଣର ଆଖୁ ଚିନିଶିଳ୍ପକୁ ଯୋଗାଣ ହେବ ଓ କେତେଦିନ ଧରି ଆଖୁପେଡ଼ା ହେବ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ଆଖୁପେଡ଼ା ସହିତ ମଦ ପ୍ରସ୍ତୁତି କାରଣରୁ ଚିନିଶିଳ୍ପ ଆଜି ପର୍ଯ୍ୟନ୍ତ ତିଷ୍ଠି ପାରିଛି। ମଦରୁ ମିଳୁଥିବା ଲାଭାଂଶରୁ ଚିନିଶିଳ୍ପ ଚାଲିଛି। ଅନ୍ୟପକ୍ଷରେ ଯେଉଁ ସରକାରୀ ସହାୟତା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ଚିନିଶିଳ୍ପର ପୁନରୁଦ୍ଧାର ଓ ଆଖୁଚାଷୀଙ୍କୁ ପ୍ରୋତ୍ସାହନ କରିବାକୁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତ କିଛିମାସ ହେଲା ଚିନିଶିଳ୍ପରେ ପରିଚାଳନା ନିର୍ଦ୍ଦେଶକ ପଦରେ କେହି ସ୍ଥାୟୀ ଅଧିକାରୀ ନାହାନ୍ତି। ଅତିରିକ୍ତ ଜିଲ୍ଲାପାଳ ଏହି ଦାୟିତ୍ବରେ ରହିଛନ୍ତି। ଆଖୁଚାଷର ଉନ୍ନତି ପାଇଁ ଶିଳ୍ପରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସହ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ବି କୌଣସି ସୁଫଳ ମିଳୁନି।

ଏ ସମ୍ପର୍କରେ ଆଖୁଚାଷୀ ସଂଘ ସଭାପତି ସମୀର ପ୍ରଧାନ କହିଛନ୍ତି, ପରିଚାଳନାଗତ ତ୍ରୁଟି ସହିତ ଉନ୍ନତମାନର ବିହନ ଓ ଜ୍ଞାନକୌଶଳ, ଉଚିତ୍ ଦର ଓ ଜଳସେଚନ ଆଦି ସମସ୍ୟା ହେତୁ ଆଖୁଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଚିନିଶିଳ୍ପ କର୍ତ୍ତୃପକ୍ଷ ଆଗ୍ରହ ମଧ୍ୟ ଦେଖାଉନାହାନ୍ତି। ସେହିପରି ଚିନିଶିଳ୍ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ,ଏହାକୁ ଶୀଘ୍ର ମରାମତି କରାଯାଉନି। ଫଳ‌ରେ, ବିଲରେ ପଡ଼ି ଆଖୁ ଶୁଖୁଛି। ଚିନିଶିଳ୍ପ ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି, ଚଳିତବର୍ଷ ୨୦୦୯ ଏକର ଜମିରୁ ପ୍ରାୟ ୪୦ ହଜାର ଟନ ଆଖୁପେଡ଼ା ପାଇଁ ଲକ୍ଷ୍ୟ ରହିଛି। ଆଖୁଚାଷ କ୍ଷେତ୍ରରେ ଶ୍ରମିକ ସମସ୍ୟା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।