କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆସନ୍ତା ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର, ଦର୍ଶନ ପାଇଁ ସମୟ ନିର୍ଘଣ୍ଟ

ସମ୍ବଲପୁର ୨।୧: କୋଭିଡ୍ କଟକଣା ମଧ୍ୟରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଧିରେ ଧିରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି । ଆସନ୍ତା ୩ ତାରିଖରୁ ଖୋଲୁଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । ମା’ ସମଲେଇଙ୍କ ଦର୍ଶନ ପାଇଁ ନିର୍ଘଣ୍ଟ ହୋଇଛି ସମୟ । ଏଥି ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେହିଭଳି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା ରହିଛି । କାଲିଠାରୁ ୫ଦିନ ପାଇଁ ସ୍ଥାନୀୟ ଲୋକ ମା’ଙ୍କୁ ଦର୍ଶନ କରିପାରିବେ ।

ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ପୂର୍ବରୁ ଏସଓପି ଜାରି କରିଥିଲେ । ଏସଓପି ଅନୁଯାୟୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସମ୍ବଲପୁରବାସୀ ମା’ଙ୍କ ଦର୍ଶନ କରିବେ । ଏଥି ପାଇଁ ସେମାନଙ୍କୁ ଭୋଟର ଆଇଡି କିମ୍ବା ଆଧାର କାର୍ଡ ମଧ୍ୟରୁ ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଛୋଟ ଛୁଆ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନର ଅନୁମତି ମିଳିବ ନାହିଁ । ଗାଇଡ୍ ଲାଇନ୍ ଅନୁଯାୟୀ ଅଲଗା ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ରହିବ । ଯେଉଁ ଗେଟ୍ ରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେହି ଗେଟ୍ ରେ ବାହାରକୁ ଆସିପାରିବେ ନାହିଁ । ଏଭଳି କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,