ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆସନ୍ତା ୨୭ ତାରିଖରୁ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ କ୍ଲାସ୍

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ୟୁଟ୍ୟୁବରେ ଆରମ୍ଭ ହେବ । ପ୍ରତ୍ୟେକ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ ଜାରି ରହିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଏଡିଓଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପାଠପଢ଼ା କିଭଳି ହେବ ଓ ଗାଇଡଲାଇନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ୟୁଟ୍ୟୁବ ପାଠପଢ଼ା ସମ୍ପର୍କରେ ସଚେତନ ରହିବାକୁ କୁହାଯାଇଛି ।

ନିଷ୍ପତ୍ତୀ ଅନୁଯାୟୀ, ଆସନ୍ତା ୨୭ରୁ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ କ୍ଲାସ ଚାଲିବ । ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀର ଗଣିତ ବିଷୟ ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି । ପ୍ରତ୍ୟେକ ଦିନ ଗୋଟିଏ ଦିନ କ୍ଲାସ ହେବ । ପ୍ରତ୍ୟେକ ବିଷୟର ଗୁରୁତ୍ୱପୂର୍ଣ୍ଣ ନୋଟ୍ ଉପରେ ୫ରୁ ୧୦ ମିନିଟ୍ ଆଲୋଚନା ହେବ । ପ୍ରତ୍ୟେକ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ । ଛାତ୍ରଛାତ୍ରୀଙ୍କୁ ଏନେଇ ସଚେତନ ନେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯତ୍ନବାନ ହେବେ । ଅଭିଭାବକ ଓ ଗୋଷ୍ଠୀ ସଚେତନତା ମାଧ୍ୟମରେ ୟୁଟ୍ୟୁବ କ୍ଲାସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ସ୍କୁଲ ବନ୍ଦ ରହିଥିବାରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିକଟରେ ପହଞ୍ଚିବା ପାଇଁ ଜିଲ୍ଲା, ବ୍ଲକ, ସିଆରସିସି ଓ ସ୍କୁଲ ସ୍ତରରେ ଯୋଜନା କରିବାକୁ କୁହାଯାଇଛି । ପିଲାମାନେ ଦୂରଦର୍ଶନରେ ପ୍ରସାରିତ ‘ଶିକ୍ଷା ଦର୍ପଣ’, ରେଡିଓ ପାଠଶାଳା ସମ୍ପର୍କରେ କିଭଳି ଜାଣିପାରିବେ ସେନେଇ ପଦକ୍ଷେପ ନେବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି । କେଉଁ ଜିଲ୍ଲାରେ କେତେ ୟୁଟ୍ୟୁବ, ଦୂରଦର୍ଶନ ଦେଖୁଛନ୍ତି, ତାହାର ଡାଟା ପ୍ରସ୍ତୁତ ନେଇ ଡିଇଓମାନଙ୍କୁ କୁହାଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି