ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସନ୍ତା ସପ୍ତାହରେ ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଦୁଇ ଦିନ ହେବ ପୁରସ୍କାର ସମାରୋହ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦରେ ଖୁବ୍ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚଳଚ୍ଚିତ୍ର ପୁରସ୍କାର ଓ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଦୁଇ ଦିନ ବ୍ୟାପୀ ଏହି ସମାରୋହ ଆୟୋଜନ କରାଯିବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୧୩ ଓ ୧୪ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆପାତତଃ ସ୍ଥିର ହୋଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ।
୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଇନଗତ ବିବାଦରେ ଛନ୍ଦି ହେବା ପରେ ଏହି ପୁରସ୍କାର ଅଟକି ରହିଥିଲା। କପି ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯିବା ନେଇ ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଜାନୁଆରି ୧୮ ତାରିଖ ରେ ହାଇକୋର୍ଟ ଏହି ମାମଲାର ରାୟ ଶୁଣେଇବା ସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କରି ଦେଇଥିଲେ। ଏଥି ସହ ଏକ ମାସ ଭିତରେ ସାନି ତାଲିକା ଘୋଷଣା କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏ ନେଇ ସଂସ୍କୃତି ବିଭାଗ ଏକାଧିକ ସମୀକ୍ଷା ବୈଠକ କରି ବିଚାରକଙ୍କ ସହ ଆଲୋଚନା କରିଥିଲା। ଗତକାଲି ଓଡ଼ିଶା ସିନେ ଓ ଟେଲି କଳାକାରଙ୍କ ସହ ସଂସ୍କୃତି ବିଭାଗ ଉଚ୍ଚପଦସ୍ଥ ଅଧିକାରୀମାନେ ଆଲୋଚନା କରିଥିବା ସୂଚନା ମିଳିଛି। ଏଥିରେ ସଂସ୍କୃତି ନିର୍ଦ୍ଦେଶକ, ଓଏଫ୍‌ଡିସି ଅଧ୍ୟକ୍ଷ, ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍‌, ଓଡ଼ିଶା ଟେଲି ଆକ୍ଟର୍ସ ଆସୋସିଏସନ୍‌ର ସଦସ୍ୟ ଉପସ୍ଥିତ ଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କପି ଫିଲ୍ମକୁ ପୁରସ୍କାର ପ୍ରଦାନରୁ ବାଦ୍ ଦିଆଯାଇ ସାନି ତାଲିକା ପ୍ରସ୍ତୁତି ଚାଲିଛି। ତେବେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା କପି ଫିଲ୍ମର ପ୍ରଯୋଜନା ସଂସ୍ଥା ବିରୋଧରେ ବିଭାଗ କି ପଦକ୍ଷେପ ନେବ, ତାହା ସ୍ପଷ୍ଟ ହୋଇ ନାହିଁ। ୨୦୧୯ ମସିହା ପୁରସ୍କାର ପ୍ରଦାନ କରାଯାଇ ନଥିବାରୁ ପରବର୍ତ୍ତୀ ତିନି ବର୍ଷର ପୁରସ୍କାର ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ତେଣୁ ଆସନ୍ତା ସପ୍ତାହରେ ପୁରସ୍କାର ପ୍ରଦାନ ସରିଲେ ପରବର୍ତ୍ତୀ ବର୍ଷଗୁଡ଼ିକର ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ବି ଯୋଜନା ଚାଲିଛି। ଏହି ମାର୍ଚ୍ଚ ସୁଦ୍ଧା ସମସ୍ତ ବକେୟା ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରତିଶ୍ରୁତି ଦେଇଥିବାରୁ ଚଳଚ୍ଚିତ୍ର ଦୁନିଆ ପାଇଁ ଏହା ଅଧିକ ଉତ୍ସାହ ଆଣିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।