ଖେଳ ଦେଶ ବିଦେଶ

ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଗସ୍ତରେ ଆସିବ ଇଂଲଣ୍ଡ, ଜାଣନ୍ତୁ ପୂରା ସିରିଜ୍ ବିବରଣୀ

ନୂଆଦିଲ୍ଲୀ ୧୦/୧୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିପାକ୍ଷିକ ସିରିଜ୍ ପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଆସନ୍ତା ଫେବୃଆରୀ ମାସରେ ଭାରତ ଗସ୍ତରେ ଆସିବ ଟିମ ଇଂଲଣ୍ଡ । ଏହି ଗସ୍ତରେ ଇଂଳଣ୍ଡ ବିପକ୍ଷରେ ୪ଟି ଟେଷ୍ଟ୍, ୫ ଟି-ଟ୍ବେଣ୍ଟି ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଘରୋଇ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଶେଷ ହେବା ପରେ ଭାରତ ସ୍ବଦେଶ ଫେରି ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳିବ ।

ଟେଷ୍ଟ୍ ସିରିଜ୍

ପ୍ରଥମ ଟେଷ୍ଟ୍- ୫ ରୁ ୯ ଫେବୃଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯିବ

ଦ୍ବିତୀୟ ଟେଷ୍ଟ୍- ୧୩ ରୁ ୧୭ ଫେବୃଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯିବ

ତୃତୀୟ ଟେଷ୍ଟ୍- ୨୪ ରୁ ୨୮ ଫେବୃଆରୀ ମଧ୍ୟରେ ଅହମଦାବାଦରେ ଖେଳାଯିବ

ଚତୁର୍ଥ ଟେଷ୍ଟ- ୪ ରୁ ୮ ମାର୍ଚ୍ଚ ମଧ୍ୟରେ ଅହମଦାବାଦରେ ଖେଳାଯିବ

ଟି-ଟ୍ବେଣ୍ଟି ସିରିଜ୍

ସମସ୍ତ ଟି-ଟ୍ବେଣ୍ଟି ମ୍ୟାଚ୍ ଅହମଦାବଦରେ ହିଁ ଖେଳାଯିବା । ମାର୍ଚ୍ଚ ୧୨ରେ ପ୍ରଥମ ମ୍ୟାଚ୍, ୧୪ ରେ ଦ୍ବିତୀୟ, ୧୬ରେ ତୃତୀୟ, ୧୮ରେ ଚତୁର୍ଥ ଏବଂ ମାର୍ଚ୍ଚ ୨୦ ତାରିଖରେ ୫ମ ତଥା ଶେଷ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ ।

ଦିନିକିଆ ସିରିଜ୍

ଭାରତ ଏବଂ ଇଂଲଣ୍ଡ ବିପକ୍ଷ ସମସ୍ତ ଦିନିକିଆ ମ୍ୟାଚ ପୁଣେରେ ଖେଳାଯିବାକୁ ଯୋଜନା ହୋଇଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ , ଦ୍ବିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ରେ ଏବଂ ତୃତୀୟ ତଥା ଶେଷ ଦିନିକିଆ ମାର୍ଚ୍ଚ ୨୮ରେ ଖେଳାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ