ଭୁବନେଶ୍ବର: ଆସନ୍ତା ମାର୍ଚ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ବିଏମସି କମିସନରଙ୍କ ସୂଚନା ପ୍ରଦାନ କରିଛନ୍ତି ।
ତେବେ ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଏହି ଟିକାକରଣ ହେବ ବୋଲି ସୂଚନା ରହିଛି । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି । ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ ପଞ୍ଜିକରଣ କରାଯାଇପାରିବ । ସୋମବାରଠାରୁ ଅନଲାଇନ ଜରିଆରେ ପଞ୍ଜିକରଣ ହେବ ବୋଲି ସୂଚନା ରହିଛି । ପଞ୍ଜିକରଣ କଲା ପରେ ଲୋକମାନେ ନିଜ ଇଚ୍ଛାରେ ଟିକାଦାନ କେନ୍ଦ୍ର ବାଛି ପାରିବେ । ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡିବନି । ମାତ୍ର ହସ୍ପିଟାଲରେ ଟିକା ନେଲେ ଅର୍ଥ ଦେବାକୁ ପଡ଼ିବ ବୋଲି ସୂଚନା ରହିଛି। ଘରୋଇ ହସ୍ପିଟାଲ୍ରେ ୧୦୦ ଟଙ୍କା ଦେଇ ଟିକା ନେଇ ହେବ।