କଳା ଓ ସଂସ୍କୃତି ଧର୍ମ

ଆସନ୍ତା କାଲି କରଓ୍ବା ଚୌଥ ବ୍ରତ : ଜାଣନ୍ତୁ କ’ଣ ଖାଇବେ ଏବଂ କ’ଣ ନ ଖାଇବେ

ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ରଖାଯାଇଥିବା କରଓ୍ବା ଚୌଥ ବ୍ରତ ବୁଧବାର,ନଭେମ୍ବର ୪ତାରିଖରେ ରଖାଯିବ। କରଓ୍ବା ଚୌଥକୁ ସବୁ ବ୍ରତଗୁଡ଼ିକ ମଧ୍ୟରୁ ସବୁଠୁ କଠିନ ବୋଲି କୁହାଯାଇଥାଏ। ମହିଳାମାନେ ବିନା କିଛି ଗ୍ରହଣ କରି ନିର୍ଜଳା ବ୍ରତ କରନ୍ତି। ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଦିନ ସାରା ଭୋକିଲା ଶୋଷିଲା ରହିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାନ୍ତି। ଡିହାଇଡ୍ରେସନ ଏବଂ ପୋଷକ ତତ୍ତ୍ବର ଅଭାବରୁ ମନୁଷ୍ୟର ସ୍ବାସ୍ଥ୍ୟ ବିଗିଡ଼ି ପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣ ବ୍ରତର ଗୋଟିଏ ଦିନ ପୂର୍ବରୁ ନିଜ ଡାୟେଟରେ କିଛି ଜରୁରୀ ପରିବର୍ତ୍ତନ କଲେ ଏଥିରୁ ବର୍ତ୍ତିହେବ।

Roasted sliced barbecue pork ribs, focus on sliced meat

୧. ଯଦି ଆପଣ କରଓ୍ବା ଚୌଥ କିମ୍ବା କୌଣସି କଠିନ ବ୍ରତର ସଂକଳ୍ପ ନେବାକୁ ଯାଉଛନ୍ତି ତେବେ ଗୋଟିଏ ଦିନ ପୂର୍ବରୁ କିଛି ଜିନିଷ ପ୍ରତି ବାରଣ କରିବାକୁ ହେବ। ବ୍ରତର ଗୋଟିଏ ଦିନ ପୂର୍ବରୁ ଏପରି ଜିନିଷ ଖାଆନ୍ତୁ ନାହିଁ ଯାହାକୁ ଶରୀରରେ ପଚେଇପାରିବା କଷ୍ଟକର। ଏପରି କ୍ଷେତ୍ରରେ ମାଂସ,ଫ୍ରାଇ ଫୁଡ ଏବଂ ବିଭିନ୍ନ ପ୍ରକାରର ଦୁଗ୍ଧ ଜାତୀୟ ଖାଦ୍ୟ ନ ଖାଇବା ଉଚିତ୍।


୨. ଶରୀରରେ ଫାଇବରର ପର୍ଯ୍ୟାପ୍ତ ମାତ୍ରା ମଣିଷର ଭୋକକୁ ଦୀର୍ଘ ସମୟ ଯାଏଁ ନିୟନ୍ତ୍ରଣ କରିପାରେ। ଏଥିପାଇଁ ପ୍ରତର ଗୋଟିଏ ଦିନ ପୂର୍ବରୁ ଏପରି ଜିନିଷ ଖାଆନ୍ତୁ ଯେଉଁଥିରେ ଫାଇବର ଅଧିକ ହୋଇଥାଏ। ଏଥିପାଇଁ ଆଭୋକାଡୋ,ଡାଲି,ରାଜମା,ଓଟ୍ସ ଏବଂ ଚିଆ ସିଡସ୍ ସବୁଠୁ ଉତ୍ତମ ବିକଳ୍ପ।


୩. କରଓ୍ବା ଚୌଥ ବ୍ରତ ଶୀତଦିନେ ଆସିଥାଏ ଏବଂ ଏହି ସମୟରେ ଶରୀରର ଡିହାଇଡ୍ରେଟ୍ ହେବାର ଆଶଙ୍କା ସବୁଠୁ ଅଧିକ ହୋଇଥାଏ। ଡିହାଇଡ୍ରେସନ କାରଣରୁ ଥକ୍କାପଣ,ମୁଣ୍ଡ ବୁଲାଇବା,ଦେହ ଅସ୍ତବ୍ୟସ୍ତ ଲାଗିବା,ମୁହଁ ଶୁଖିଯିବା ଭଳି ସମସ୍ୟା ବଢ଼ିପାରେ। ଏଥିପାଇଁ ବ୍ରତର ଗୋଟିଏ ଦିନ ପୂର୍ବରୁ ହାଇ ଓ୍ବାଟର କଣ୍ଟେଣ୍ଟଯୁକ୍ତ ଜିନିଷ ଖାଆନ୍ତୁ। କାକୁଡ଼ି,ଲଙ୍କା,ତରଭୁଜ ଏବଂ ଷ୍ଟ୍ରବେରି ଅଧିକ ଲାଭଦାୟକ ହୋଇଥାଏ।

୪. କୌଣସି ବ୍ରତ ରଖିବା ପୂର୍ବରୁ ଗୋଟିଏ ଦିନ ପୂର୍ବରୁ ବ୍ୟକ୍ତିଙ୍କୁ ଖାଇବାରେ ଲୁଣର ମାତ୍ରା ଅତି କମ୍ ରଖିବା ଉଚିତ୍। ଶରୀରରେ ଲୁଣର ମାତ୍ରା ଅଧିକ ହେବା ଦ୍ବାରା ଆପଣଙ୍କୁ ବାରମ୍ବାର ଶୋଷ ଲାଗିବ ଏବଂ ତଣ୍ଟି ଶୁଖିଯିବ। ବ୍ରତର ଗୋଟିଏ ଦିନ ପୂର୍ବରୁ ଆଚାର,ପାମ୍ପଡ଼,ଚିପ୍ସ ଏବଂ ଆଖୁ ରସ ଭଳି ଜିନିଷଠୁ ଦୂରରେ ରୁହନ୍ତୁ।

୫. ରକ୍ତରେ ଶର୍କରା ସ୍ତର କମ୍ କିମ୍ବା ଅଧିକ ହେବା ହାନିକାରକ। ଯଦି ଆପଣ ବ୍ରତର ଗୋଟିଏ ଦିନ ପୂର୍ବରୁ ଅଧିକ ମିଠା ଖାଉଛନ୍ତି ତେବେ ଆପଣଙ୍କ ରକ୍ତଚାପ ପୂରା ଉପରକୁ ଚାଲିଯିବ କିନ୍ତୁ ପର ଦିନ କିଛି ନ ଖାଇବା ଯୋଗୁଁ ତାହା ତଳକୁ ଚାଲି ଆସିବ। ଏହା ଦ୍ବାରା ଥକ୍କାପଣ କିମ୍ବା ମୁଣ୍ଡବ୍ୟଥା ସମସ୍ୟା ବଢ଼ିପାରେ। ରକ୍ତସ୍ତର ଅଧିକ ହେବା ଯୋଗୁଁ ଆପଣଙ୍କୁ ଅଧିକ ଶୋଷ ଲାଗିପାରେ ଏବଂ ବ୍ରତରେ ମିଠା ଖାଇବାକୁ ମଧ୍ୟ ଇଚ୍ଛା ହୋଇପାରେ।


୬. ବ୍ରତ ଦିନ ଶରୀରକୁ ପୂରାପୂରି ହାଇଡ୍ରେଟ୍ ରଖିବାର ପ୍ରସ୍ତୁତି ଆପଣଙ୍କୁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ କରିବାକୁ ହେବ। ବ୍ରତର ଗୋଟିଏ ଦିନ ପୂର୍ବରୁ ଚା କିମ୍ବା କଫି ପିଅନ୍ତୁ ନାହିଁ। କଫି​‌ରେ ଥିବା କ୍ୟାଫିନ୍ ଶରୀରର ହାଇଡ୍ରେସନ ସ୍ତରକୁ କମ୍ କରିଥାଏ। କଫି ପରିବର୍ତେ ପ୍ରଚୁର ପାଣି ପିଅନ୍ତୁ ଏବଂ ଅଧିକରୁ ଅଧିକ ନ୍ୟାଚୁରାଲ୍ ଲିକୁଇଡ ପିଅନ୍ତୁ। ନଡ଼ିଆ ପାଣି ଏଥିପାଇଁ ଉପଯୁକ୍ତ ବିକଳ୍ପ।

୭. କିଛି ଲୋକ ବ୍ରତର ଗୋଟିଏ ଦିନ ପୂର୍ବରୁ ବିନା କାରଣରେ ନିଜ ଖାଇବା ବଢ଼ାଇ ଦିଅନ୍ତି। ତାଙ୍କୁ ଲାଗେ ଯେ ଏପରି କରିବା ଦ୍ବାରା ତାଙ୍କୁ କମ୍ ଭୋକ ଲାଗିବ। ଏପରି କରିବା ଠିକ୍ ନୁହେଁ। ଏଥିରେ ଶରୀର ଅନ୍ତନଳୀକୁ ଯାଇଥିବା ଭୋଜନ ହଜମ ହୋଇପାରିନଥାଏ ଏବଂ ପାଚନ କ୍ରିୟା ଉପରେ କୁପ୍ରଭାବ ପଡ଼ିଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ