ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଆସନ୍ତାବର୍ଷରୁ ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ ଇଞ୍ଜିନିୟରିଂ ଶିକ୍ଷାର୍ଥୀ, IIT ଏବଂ NITରେ ବି ସମାନ ନିୟମ

ନୂଆଦିଲ୍ଲୀ ୨୭/୧୧: ଆସନ୍ତା ଶିକ୍ଷାବର୍ଷରୁ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ। ଏପରିକି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ମାତୃଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ କିଛି ଏନଆଇଟି ଓ ଆଇଆଇଟିକୁ ତାଲିକାଭୁକ୍ତ କରାଯାଇଥିବା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାକରୀ କହିଛନ୍ତି। ଏହା ସହ ସ୍କୁଲ୍‌ ଶିକ୍ଷା ବୋର୍ଡର ପାଠ୍ୟକ୍ରମ ଆକଳନ ପରେ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମିତ ସିଲାବସ୍‌ ପାଇଁ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ସହଯୋଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ସମସ୍ତ ଛାତ୍ରବୃତ୍ତି ସୁନିଶ୍ଚିତ କରିବା ପାଇଁ ୟୁଜିସିକୁ ନିର୍ଦେଶ ଦିଆଯାଇଛି। ଏହା ସହ ସଠିକ୍‌ ସମୟରେ ଫେଲୋସିପ୍‌ ବିତରଣ କରିବା ସହ ଏନେଇ ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିଲେ ସେମାନଙ୍କ ପାଇଁ ଅଭିଯୋଗ ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କରିବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛି।

ଗତମାସ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୯ଟି ଆଞ୍ଚଳିକ ଭାଷାରେ ୨୦୨୧ଠୁ ଜେଇଇ ମେନ୍‌ ପରୀକ୍ଷା କରିବାକୁ ଘୋଷଣା କରିଥିଲା ଏନଟିଏ। ଜେଇଇ ଆଡଭାନ୍ସ ଆଞ୍ଚଳିକ ଭାଷାରେ ହେବାକୁ ଥିବା ବେଳେ ଆଇଆଇଟିରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେପଟେ କରୋନା କାଳରେ ବିଭିନ୍ନ ବୋର୍ଡ ସ୍କୁଲ୍‌ ପାଠ୍ୟକ୍ରମ ହ୍ରାସ କରିଛନ୍ତି। ତେଣୁ ଏଭଳି ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ସମୟରେ ସିବିଏସଇ ଓ ସିଆଇଏସ୍‌ସିଇରେ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ କରିବାକୁ ଯୋଜନା ନିଆଯିବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି