ଦେଶ ବିଦେଶ

ଆସନ୍ତାକାଲି କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ହରିୟାଣା ଏବଂ ପଞ୍ଜାବର କୃଷକମାନେ ପୁଣି ଥରେ ନିଜର ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି। କୃଷକ ନେତା ସରୱନ ସିଂ ପନ୍ଧେର୍ ଏବଂ ଜଗଜିତ୍ ସିଂ ଡଲେୱାଲଙ୍କ ନେତୃତ୍ୱରେ ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ ହଜାର ହଜାର କୃଷକ ଏକଜୁଟ ହୋଇଛନ୍ତି।

ମାର୍ଚ୍ଚ ୬ ତାରିଖରେ କୃଷକମାନେ ଦିଲ୍ଲୀ ଚଲୋ ଅଭିଯାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ମାର୍ଚ୍ଚ ୧୦ ରେ କୃଷକମାନେ ସାରା ଦେଶରେ ୪ ଘଣ୍ଟିଆ ଟ୍ରେନ୍ ରୋକୋ କରିବାକୁ ଘୋଷଣା କରିଛନ୍ତି। ମିଳିତ କିଷାନ ମୋର୍ଚ୍ଚା (ଏସକେଏମ) ମାର୍ଚ୍ଚ ୧୪ ରେ ଦିଲ୍ଲୀର ରାମଲୀଳା ମୈଦାନ କିମ୍ବା ଜନ୍ତର ମନ୍ତରରେ ଏକ ‘କିଷାନ ମହାପଞ୍ଚାୟତ’ ଆୟୋଜନ କରିବ ବୋଲି ଘୋଷଣା କରିଛି। ଏଥିପାଇଁ ସେମାନେ ପ୍ରଥମେ ଦିଲ୍ଲୀରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

ଫେବୃଆରୀ ୧୨ ରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଫେବୃଆରୀ ୨୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଯେତେବେଳେ ଖାନୌରି ସୀମାରେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ସହ କୃଷକମାନଙ୍କର ସଂଘର୍ଷ ହୋଇଥିଲା ଏବଂ ଭଟିଣ୍ଡା ବାସିନ୍ଦା ଶୁଭକରନ୍ ସିଂଙ୍କର ଏହି ସଂଘର୍ଷରେ ମୃତ୍ୟୁ ଘଟିଥିଲା। ପଞ୍ଜାବର ହଜାର ହଜାର କୃଷକ ହରିୟାଣା ସୀମା ଶମ୍ଭୁ ଏବଂ ଖାନୌରିରେ ଅଛନ୍ତି।

https://platform.twitter.com/embed/Tweet.html?dnt=true&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1764686749601534242&lang=en&origin=https%3A%2F%2Fsambad.in%2Findia-and-beyond%2Ffarmers-delhi-chlo-campaign-tomorrow-1129285%2F&sessionId=be171cd106c0dbda914658095b4c1258c70a2aa2&theme=light&widgetsVersion=2615f7e52b7e0%3A1702314776716&width=550px

ହରିୟାଣା ପ୍ରଶାସନ ସୋମବାର ଅମ୍ବାଲା ଏବଂ ଚଣ୍ଡିଗଡ଼ ଜାତୀୟ ରାଜପଥରେ ଲଗାଯାଇଥିବା ବ୍ୟାରିକେଡଗୁଡ଼ିକୁ ହଟାଇ ଦେଇଥିବାବେଳେ କୃଷକ ନେତା ସରୱନ ସିଂ କହିଛନ୍ତି ଆମେ ପ୍ରତିବାଦ ଜାରି ରଖିବୁ। ଏଥର କୃଷକମାନେ ନୂଆ ଢଙ୍ଗରେ ଦିଲ୍ଲୀ ଯିବେ। ଏଥର କୃଷକମାନେ ଟ୍ରାକ୍ଟର-ଟ୍ରଲି ନେଇ ଆସିବେ ନାହିଁ, ବରଂ ଟ୍ରେନ ଏବଂ ବସ୍‌ରେ ଦିଲ୍ଲୀ ଯିବେ। କିଛି କୃଷକ ପାଦରେ ଦିଲ୍ଲୀ ଯାତ୍ରା କରିବେ। କୃଷକମାନଙ୍କୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ କୌଶଳ ଆପଣାଇଛନ୍ତି। ସରକାର ଅନୁଭବ କରୁଛନ୍ତି ଯେ କୃଷକଙ୍କ ଆନ୍ଦୋଳନ କେବଳ ପଞ୍ଜାବରେ ସୀମିତ ଏବଂ ୨ ଟି କୃଷକ ସଂଗଠନ ଏହାକୁ ଆଗେଇ ନେଉଛନ୍ତି, କିନ୍ତୁ ସରକାର ଜାଣି ରଖନ୍ତୁ ଦେଶର ୨୦୦ଟି କୃଷକ ସଂଗଠନ ଏହି ଆନ୍ଦୋଳନ ସହିତ ଜଡିତ ଅଛନ୍ତି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ