ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ଛାତ୍ରଛାତ୍ରୀ ଅନ୍ୟ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେବେ। ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। କିନ୍ତୁ କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ରହିଥିବାରୁ ଗଣିତ ପରୀକ୍ଷା ୧୦ରୁ ଆରମ୍ଭ ହୋଇ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ସକାଳ ୯ଟାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ, ୯ଟା ୪୫ମିନିଟ୍‌ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସକାଳ ୭ଟା ୩୦ରୁ ୯ଟା ମଧ୍ୟରେ ପହଞ୍ଚିବ। ପ୍ରତି ବିଷୟରୁ ୮୦ ନମ୍ବର (୫୦ ଅବ୍‌ଜେକ୍ଟିଭ୍ ଓ ୩୦ ସବ୍‌ଜେକ୍ଟିଭ୍) ପରୀକ୍ଷା ହେବ। ସମସ୍ତ ବିଷୟରେ ରେଗୁଲାର, ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ।

ମାଟ୍ରିକ୍ ପରୀକ୍ଷା ପାଇଁ ୫ଲକ୍ଷ ୩୨ହଜାର ୭୧୨ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ଏହା ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୩୬ଟି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୭୪ଟି ସ୍କ୍ବାଡ୍ ଗଠନ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ କେନ୍ଦ୍ରକୁ ମୋବାଇଲ୍ ସଂପୂର୍ଣ୍ଣ ନିଷେଧ କରାଯାଇଛି। ନୋଡାଲ ସେଣ୍ଟରରୁ କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୭୬୧ଟି ଡେସ୍‌ପାଚ୍ ଟିମ୍ ତିଆରି ହୋଇଛି। ମଧ୍ୟମାରେ ୨୯୧୪ଜଣ ଫର୍ମପୂରଣ କରିଥିବା ବେଳେ ଏହା ୧୦୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭୧୮୧ ଜଣ ଫର୍ମପୂରଣ କରିଥିବା ବେଳେ ଏହା ୧୪୬ଟି କେନ୍ଦ୍ରରେ ଅନୁଷ୍ଠିତ ହେବ।

ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ କହିବା ଅନୁସା‌ରେ, ଯେଉଁ ପରୀକ୍ଷାର୍ଥୀ ଏସ୍ଏ-୧ ଓ ଏସ୍ଏ-୨ ଉଭୟ ଦେବେ, ସେମାନେ ଉପରୋକ୍ତ ଆଧାରରେ ନମ୍ବର ପାଇବେ। ଏସ୍ଏ-୧ ପାଇଁ ଫର୍ମପୂରଣ କରି ଏସ୍‌ଏ-୧ରେ ଅନୁପସ୍ଥିତ ରହିଲେ, ସଂପୃକ୍ତ ପରୀକ୍ଷାର୍ଥୀ ଏସ୍‌ଏ-୨ ଦେଇପାରିବେ ଓ ସେହି ଅନୁସାରେ ଏସ୍‌ଏ-୨ରୁ ୪୦ ପ୍ରତିଶତ ଓ ସ୍କୁଲ ଆସେସ୍‌ମେଣ୍ଟରୁ ୨୦ ପ୍ରତିଶତ ୱେଟେଜ୍‌ରେ ନମ୍ବର ପାଇବେ। କିନ୍ତୁ, ଏସ୍‌ଏ-୧ ପାଇଁ ଫର୍ମପୂରଣ କରି ନ ଥିବା ଛାତ୍ରଛାତ୍ରୀ ଆଉ ଏସ୍ଏ-୨ ଦେଇପାରିବେ ନାହିଁ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି। ସେହିପରି ପରୀକ୍ଷା ମଧ୍ୟରେ ଏମ୍‌ପିରେ ବୁକ୍‌ ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେବେ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି