ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଶ୍ୱସ୍ତ କଲା କାଳବୈଶାଖୀ: ଛେଚିଲା, ଭସେଇଲା

ଭୁବନେଶ୍ବର : ଗତ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଥିବା ରାଜଧାନୀ ମଙ୍ଗଳବାର ସଂଧ୍ୟାରେ ସାମାନ୍ୟ ଆଶ୍ବସ୍ତ ହୋଇଛି। ରାଜଧାନୀ ଓ ଉପକଣ୍ଠରେ ପାଖାପାଖି ୪ଘଣ୍ଟା ଧରି କାଳବୈଶାଖୀ ଜନିତ ବର୍ଷା, ପବନ ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି। ଏହାସହ ତାପମାତ୍ରା ପାଖାପାଖି ୬ ଡିଗ୍ରି ପର୍ଯ୍ୟନ୍ତ କମିଯାଇଛି। ଗତକାଲି ରାତି ସାଢ଼େ ୯ଟାରେ ରାଜଧାନୀର ତାପମାତ୍ରା ୨୯ଡିଗ୍ରି ରହିଥିବା ବେଳେ ବର୍ଷା ଯୋଗୁଁ ଆଜି ଏହା ୨୪ ଡିଗ୍ରି ପାଖାପାଖି ରହିଥିଲା। ରାଜଧାନୀରେ ଚଳିତ ବର୍ଷର ଏହା ପ୍ରଥମ କାଳବୈଶାଖୀ ବୋଲି କୁହାଯାଉଛି।

ସୂଚନାନୁସାରେ, ମଙ୍ଗଳବାର ଦିନତମାମ ରାଜଧାନୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖାଦେଇଥିଲା। ଗତକାଲି ଅପେକ୍ଷା ଦେଢ଼ ଡିଗ୍ରି ଯାଏ ତାପମାତ୍ରା ବଢ଼ି ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରିରେ ପହଞ୍ଚିଥିଲା। ତେବେ ଅପରାହ୍‌ଣ ୪ଟାରୁ ଖରାର ପ୍ରକୋପ କମିଯାଇଥିଲା। ସଂଧ୍ୟା ପାଖାପାଖି ୭ଟାରୁ ହଠାତ୍‌ ରାଜଧାନୀର ପାଗରେ ପରିବର୍ତ୍ତନ ଦେଖାଦେବା ସହ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। ପାଖାପାଖି ୪ ଘଣ୍ଟା ଧରି ନିର୍ଧୁମ୍‌ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ରାଜପଥ ସମେତ ଖାଲୁଆ ଅଞ୍ଚଳ‌ ଜଳମଗ୍ନ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ଲେଖା ହେବା ସୁଦ୍ଧା‌ ବିଳମ୍ବିତ ରାତି ଯାଏ ଝିପିଝିପି ବର୍ଷା ଲାଗି ରହିଥିଲା ଓ ଅଧା ରାଜଧାନୀ ଅନ୍ଧାରରେ ରହିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ବର୍ତ୍ତମାନ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଆଭ୍ୟନ୍ତର ଓ ପଶ୍ଚିମରେ ଅପରାହ୍‌ଣ ପରେ କାଳବୈଶାଖୀ ଦେଖାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।