ଅପରାଧ ରାଜ୍ୟ

ଆଶିଷ ଓଝା ହତ୍ୟାକାଣ୍ଡ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ, ପୂର୍ବରୁ ୨ ଜଣଙ୍କୁ ବାନ୍ଧିଥିଲା ପୋଲିସ

ବାଲିପାଟଣା ୧୧।୭: ବାଲିପାଟଣା ଥାନା ବୋଧଖଣ୍ଡି ଗ୍ରାମରେ ଏକ ତରଫା ପ୍ରେମକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଦୁର୍ଯ୍ୟୋଧନ ବେହେରା ଓରଫ ସିପୁକୁ ପୋଲିସ ରବିବାର ରାତିରେ ଗିରଫ କରିଛି । ବାଲିଅନ୍ତା ଶିଶିଲୋ ଛକ ନିକଟରେ ସିପୁ ଆତ୍ମଗୋପନ କରିଥିବା ଖବର ପାଇ ପୋଲିସ ଚଢାଉ କରି ସିପୁକୁ ଗିରଫ କରିଛି । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ରାଜ କିଶୋର ଦାସ ଓରଫ ରାଜା, ରାକେଶ ସେଠୀ ଓରଫ ବବୁଲକୁ ପୋଲିସ ହେଫାଜତକୁ ନେଇଥିଲା । ଏକ ତରଫା ପ୍ରେମକୁ କେନ୍ଦ୍ରକରି ଅଭିଯୁକ୍ତମାନେ ଯୁବତୀଙ୍କ ଭାଇ ବାଲିଅନ୍ତା ଥାନା ଶିଶିଲୋ ଗ୍ରାମର ଆଶିଷ ଓଝାଙ୍କୁ ନୃଶଂସ ଭାବେ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦେଇଥିଲେ ।

ହତ୍ୟା ଘଟଣାରେ ସୋମବାର ଅଭିଯୁକ୍ତ ସିନ୍ ରି-କ୍ରିଏସନ୍ କରିବେ । ଘଟଣାସ୍ଥଳରେ କିପରି ଆଶିଷକୁ ହତ୍ୟା କରିଥିଲେ ତାର ଡେମୋ ଦେଖାଇବେ ଗିରଫ ହୋଇଥିବା ୩ ଅଭିଯୁକ୍ତ । ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସାମ୍ନାରେ ସ୍ବୀକାର କରିଛନ୍ତି । ଘଟଣା ଦିନ ଅଭିଯୁକ୍ତ ରାଜା ଯୁବତୀଙ୍କ ଭାଇ ଆଶିଷକୁ ହତ୍ୟା କରିବା ପାଇଁ ଯୋଜନା କରି ଅନ୍ୟ ୨ ଜଣ ସାଙ୍ଗଙ୍କୁ ଡାକିଥିଲା । ଆଶିଷ ସହ ରାକେଶର ଘନିଷ୍ଠ ସମ୍ପର୍କ ଥିବାରୁ ଫୋନ୍‌ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା । ରାତି ପ୍ରାୟ ୧୦ଟାରେ ଆଶିଷକୁ ବାରମ୍ବାର ରାକେଶ ଫୋନ୍ କରିଥିଲା । ୬ଥର ରିଙ୍ଗ୍ ପରେ ଆଶିଷ ଫୋନ୍ ରିସିଭ୍ କରି ଘଟଣାସ୍ଥଳକୁ ନିଜ ସାଇକେଲରେ ଯାଇଥିଲା ।

ବଞ୍ଚିବା ପାଇଁ ୮ ମିନିଟ୍ ସଂଘର୍ଷ କରିଥିଲେ ଆଶିଷ । ଆଶିଷ ପହଁଞ୍ଚିବା ପରେ ରାକେଶ ଏବଂ ସିପୁ ଗପସପ ଆରମ୍ଭ କରିଥିଲେ । ମୁଖ୍ୟ ଅଭିଯୁକ୍ତ ରାଜା ନିକଟ ଦୂରରେ ଲୁଚି ରହିଥିଲା । ପରେ ରାଜା ଆସିବା ପରେ ଆଶିଷ ତାକୁ ଦେଖି ସେଠାରୁ ସାଇକେଲ ଧରି ଫେରି ଆସୁଥିଲା । ଏହି ସମୟରେ ରାଜା ଆଶିଷକୁ ଆକ୍ରମଣ କରିଥିଲା । ସଙ୍ଗେ ସଙ୍ଗେ ଅନ୍ୟ ଦୁଇ ସହଯୋଗୀ ଆଶିଷ ମାଡ ମାରିବା ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ଆଶିଷ ଖସି ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା । ପ୍ରାୟ ୮ ମିନିଟ୍ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହି ସମୟରେ ଏକ ଗାମୁଛାରେ ଆଶିଷ ବେକକୁ ଚିପି ଧରିଥିଲା ସିପୁ । ଅନ୍ୟ ଦୁଇ ଜଣ ଏକ ପଥରରେ ଆଶିଷ ମୁହଁ ଏବଂ ମୁଣ୍ଡକୁ ମାଡ ମାରିଥିଲେ । ଦରମଲା ଆଶିଷକୁ ବିଲରେ ପକାଇ ମୁଣ୍ଡକୁ ଗୋଇଠା ମାରିବା ସହ ତିନି ଅଭିଯୁକ୍ତ ମୁଣ୍ଡକୁ କାଦୁଅରେ ଚାପି ଧରିଥିଲେ । କିଛି ସମୟ ପରେ ଆଶିଷ ନିସ୍ତେଜ ହେବା ପରେ ଅଭିଯୁକ୍ତମାନେ ଆଶିଷ ମୋବାଇଲ୍ ନେଇ ସେଠାରୁ ଚାଲି ଆସିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।