ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

‘ଆଶିକି’ ହିରୋ ରାହୁଲ ରଏଙ୍କୁ ବ୍ରେନ୍ ଷ୍ଟ୍ରୋକ୍‌

‘ଆଶିକି’ ହିରୋ ତଥା ଅଭିନେତା ରାହୁଲ ରଏ କାର୍ଗିଲରେ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ହଠାତ୍‌ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇ ମୁମ୍ବାଇ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତି ହୋଇଛନ୍ତି। ରାହୁଲ ଚଳଚ୍ଚିତ୍ର ‘ଲାକ୍‌-ଲିଭ୍‌ ଦ ବ୍ୟାଟେଲ୍‌’ର ସୁଟିଂ କରୁଥିବା ବେଳେ କାର୍ଗିଲର ଅତ୍ୟଧିକ ଥଣ୍ଡା ପାଣିପାଗ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି। ରାହୁଲଙ୍କ ଭାଇ ରୋମିର ସେନ୍‌ ଏହି ଖବର ଦେଇଛନ୍ତି। ୧୯୯୦ର ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଆଶିକି’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ରାହୁଲ। ଏଥିସହ ସେ ୨୦୦୬ରେ ବିଗ୍‌ ବସ୍‌ର ପ୍ରଥମ ସିଜନ୍‌ର ବିଜେତା ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ