ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଳୁ-ପିଆଜ ପରେ ବଢିଲା ଖାଇବା ତେଲ ଦାମ, ଆହୁରି ବିଗିଡିଲା ରୋଷେଇ ଘରର ବଜେଟ୍ ! ଚିନ୍ତାରେ ଖାଉଟି ଓ ସରକାର

ନୂଆଦିଲ୍ଲୀ ୨୧।୧୧: ଆଳୁ ପିଆଜ ଦାମ ବଢିବା ପରେ ଏବେ ତେଲ ଦର ବଢିବା ରୋଷେଇ ଘରର ବଜେଟ୍‌କୁ ଆହୁରି ବିଗାଡି ଦେଇଛି। ଖାଦ୍ୟରେ ବ୍ୟବହୃତ ସମସ୍ତ ଖାଇବା ତେଲ ଯଥା ବାଦାମ ତେଲ, ସୋରିଷ, ବନସ୍ପତି, ସୋୟାବିନ, ସୂର୍ଯ୍ୟମୂଖୀ ଆଦି ତେଲର ଦାମ ପୁଣି ଥରେ ବଢି ଯାଇଛି। ପାମ୍, ସୋୟାବିନ ଓ ସୂର୍ଯ୍ୟମୂଖୀ ତେଲ ଦାମ ୨୦ରୁ ୩୦ ଟଙ୍କା ବୃଦ୍ଧି ଘଟିଛି। ଖାଇବା ତେଲର ଦାମ ବଢିବା ଖାଉଟିଙ୍କଠୁ ନେଇ ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତାର କାରଣ ପାଲଟିଛି। ତେଣୁ ଏହାର ଦର କମ କରିବା ଉପାୟ ଉପରେ ସରକାର ବିଚାର ବିମର୍ଶ ଚଳାଇଛନ୍ତି।

ଭାରତରେ ପାମ ଓଏଲ ମାଲେସିଆରୁ ଆମଦାନୀ ହୋଇଥାଏ। କିନ୍ତୁ ଲକ୍‌ଡାଉନ୍‌ କାରଣରୁ ଏହି ଦେଶରେ ତେଲ ଉତ୍ପାଦନ ହ୍ରାସ ପାଇଛି। ଏଥିସହ ମଞ୍ଜିର ଦାମ ମଧ୍ୟ ବଢି ଯାଇଛି। ଫଳରେ ତେଲ ଦାମ ବଢିବାରେ ଲାଗିଛି। କିନ୍ତୁ ସରକାରୀସ୍ତରରେ ଏହା ଉପରେ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାର ରହିଛି।

ଉପଭୋକ୍ତା ମନ୍ତ୍ରଣାଳୟ ଅନୁଯାୟୀ ଗତ ଗୁରୁବାର ସୋରିଷ ତେଲର ଦାମ ଲିଟର ପ୍ରତି ୧୨୦ ଟଙ୍କା ଥିଲା। ଗତ ବର୍ଷ ଠିକ୍ ଏହି ସମୟରେ ଏହାର ଦାମ ଲିଟର ପିଛା ୧୦୦ ଟଙ୍କା ରହିଥିଲା। ବନସ୍ପତି ତେଲର ଦାମ ଗୋଟିଏ ବର୍ଷ ପୂର୍ବେ ୭୫.୨୫ ଟଙ୍କା ଥିଲା, ଯାହା ଏବେ ବଢି ଲିଟର ପ୍ରତି ୧୦୨.୫ରେ ପହଞ୍ଚିଛି। ସୋୟାବିନ ତେଲର ହାରାହାରି ମୂଲ୍ୟ ଲିଟର ପିଛା ୧୧୦ ଟଙ୍କା ରହିଥିବା ବେଳେ ୨୦୧୯ ଅକ୍ଟୋବରରେ ଏହାର ଦାମ ୯୦ ଟଙ୍କା ଥିଲା। ସୂର୍ଯ୍ୟମୂଖୀ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି।

ସେହି ପରି ସୋରିଷ ତେଲ ଓ ସୂର୍ଯ୍ୟମୂଖୀ ତେଲ ଦାମରେ ୩୦ ରୁ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ସରକାର ଏବେ ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ଉପରେ ସରକାର ବିଚାର କରୁଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ