ଖେଳ

ଆର ଅଶ୍ୱିନଙ୍କ ୱାର୍ଲଡ ରେକର୍ଡ, ୧୪୭ ବର୍ଷର ଇତିହାସରେ ଏପରି କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ ୨୦।୦୯: ରେକର୍ଡ ବ୍ରେକର ଆର ଅଶ୍ୱିନ । ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଖୁବ ଚର୍ଚ୍ଚାରେ । ପ୍ରଥମ ମ୍ୟାଚ୍‌ରେ ହିଁ କରିଛନ୍ତି ୱାର୍ଲଡ ରେକର୍ଡ । ସେ ମ୍ୟାଚ୍‌ର ପ୍ରଥମ ଦିନରେ ନିଜ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି । 

ଏହାବ୍ୟତୀତ ସେ ବର୍ତ୍ତମାନ ଯାଏଁ ଅପରାଜିତ ରହିଛନ୍ତି । ଅଶ୍ବିନୀ ବର୍ତ୍ତମାନ ରଚିଛନ୍ତି ନୂଆ ଇତିହାସ । ଯାହାକୁ ୧୪୭ ବର୍ଷରେ କେହି କରିପାରିନଥିଲେ ସେ କରି ଦେଖାଇଛନ୍ତି । ବାସ୍ତବରେ ଅଶ୍ବିନୀ ବ୍ୟାଟିଂରେ ନୁହେଁ ବରଂ ଅଲରାଉଣ୍ଡର ଭାବରେ କରିଛନ୍ତି ବିଶ୍ୱ ରେକର୍ଡ । ଅଶ୍ବିନୀ ନିଜ କ୍ୟାରିୟରରେ ୬ ଶତକ ବ୍ୟତୀତ ଲଗାଇ ସାରିଛନ୍ତି ୧୬ଟି ଅର୍ଦ୍ଧଶତକ । 

ଆର ଅଶ୍ୱିନ ଟେଷ୍ଟ କ୍ରିକେଟରେ ବ୍ୟାଟ୍ସମ୍ୟାନ୍ ଭାବରେ ୨୦ ଥରରେ ୫୦ରୁ ଅଧିକ ରନ ସ୍କୋର ଏବଂ  ବୋଲିଂରେ ୩୦ରୁ ଅଧିକ ଥର ୫ଟି ଲେଖାଏଁ ଓ୍ବିକେଟ ନେଇଥିବା ପ୍ରଥମ କ୍ରିକେଟର ହେଇଛନ୍ତି । ତେବେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ଏପରି ପୂର୍ବରୁ ହୋଇନଥିଲା । ତେଣୁ ଅଶ୍ୱିନ ଏପରି କରିବାରେ ହୋଇଛନ୍ତି ଦୁନିଆର ପ୍ରଥମ କ୍ରିକେଟର । 

ବାଂଲାଦେଶ ବିପକ୍ଷ ମ୍ୟାଚ୍ ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟରର ୧୦୧ତମ ମ୍ୟାଚ । ସେ ବ୍ୟାଟିଂରେ ୩୪୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ୬ଟି ଶତକ ଲଗାଇବା ସହିତ ୧୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ବୋଲିଂରେ ସେ ୩୬ରୁ ଅଧିକ ଥର ଗୋଟିଏ ଇନିଂସରେ ୫ କିମ୍ବା ତାଠାରୁ ଅଧିକ ୱିକେଟ୍ ନେଇଛନ୍ତି ।

ଅଶ୍ବିନଙ୍କ ରେକର୍ଡ ଏଥିପାଇଁ ଖାସ୍‌ କାରଣ ଅଷ୍ଟମ କିମ୍ବା ତା’ଠାରୁ ତଳ ଅର୍ଡରରେ ବ୍ୟାଟିଂ କରିବାକୁ ଆସି ସେ ୪ଟି ଶତକ ଲଗାଇଛନ୍ତି । ବର୍ତ୍ତମାନ ଯାଏଁ ଅଷ୍ଟମ କିମ୍ବା ତା’ଠାରୁ କମ୍‌ ଓ୍ବିକେଟରେ ବ୍ୟାଟିଂ କରିବାକୁ ଆସି ଶତକ ଲଗାଇବାର ରେକର୍ଡ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ୍ ଭିଟ୍ଟୋରିଙ୍କ ନାଁରେ ରହିଛି । ଏହି ଅର୍ଡରରେ ବ୍ୟାଟିଂ କରୁଥିବା ବେଳେ ସେ ୫ଟି ଶତକ ଲଗାଇଥିଲେ । 

ରବିଚନ୍ଦ୍ରନ ଅଶ୍ୱିନ ତାମିଲନାଡୁରୁ ଆସିଛନ୍ତି । ତାଙ୍କର ଘରୋଇ ଗ୍ରାଉଣ୍ଡରେ ବ୍ୟାଟିଂ ରେକର୍ଡ ମଧ୍ୟ ବହୁତ ଭଲ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ୫ଟି ଟେଷ୍ଟ ମ୍ୟାଚର ୭ଟି ଇନିଂସରେ ୩୩୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୫୫ରୁ ଅଧିକ ରହିଛି । ଅନ୍ୟପକ୍ଷରେ ଯଦି ବୋଲିଂକୁ ଦେଖିବା, ତେବେ ଚେନ୍ନାଇ ଷ୍ଟାଡିୟମରେ ଅଶ୍ୱିନ ଏପର୍ଯ୍ୟନ୍ତ ୩୦ରୁ ଅଧିକ ୱିକେଟ୍ ନେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ