ଦେଶ ବିଦେଶ ମନୋରଞ୍ଜନ

ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହାରୁଖଙ୍କୁ ଗୌସ୍ବାମୀ ମାଗିଛନ୍ତି ୨୫କୋଟି ଟଙ୍କା!

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଜଡ଼ିତ ଥିବା ଡ୍ରଗ୍ସ ମାମାଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। କିରଣ ଗୌସ୍ବାମୀ ଆରୟନଙ୍କ ଗିରଫ ହେବା ଦିନ ସେଲଫି ଉଠାଇ ଥିଲେ। ଏହି ‌ଫଟୋ ଭାଇରାଲ ହେବା ପରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ କିରଣ ଗୌସ୍ବାମୀ ବୋଲି ଜଣାପଡ଼ିଥିଲା। ଏହାପର ଠାରୁ ସେ ଫେରାର ହୋଇଯାଇଛନ୍ତି। କିରଣ ଗୌସ୍ବାମୀଙ୍କ ବଡିଗାର୍ଡ ଥିବା ପ୍ରଭାକର ସେଲ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପ୍ରଭାକର ଏହି କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ମଧ୍ୟ ଥିଲେ।

ପ୍ରଭାକର ସେଲ କହିଛନ୍ତି, କିରଣ ଗୌସ୍ବାମୀ ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ଦାବି କରିଛନ୍ତି। ଏହି ଦାବି ଗୋସ୍ବାମୀ ଏନସିବି ମୁଖ୍ୟ ସମୀର ୱାନଖେଡେ ତରଫରୁ କରିଛନ୍ତି।

ପ୍ରଭାକର ସେଲ କହିଛନ୍ତି, ସେ କ୍ରୁଜ ରେଡ ପରେ ହୋଇଥିବା ଡ୍ରାମା ସମୟରେ ମହଜୁଦ ଥିଲେ। ସେ କିରଣ ଗୌସ୍ବାମୀ ଓ ସ୍ୟାମ ନାମକ ବ୍ୟକ୍ତିଙ୍କୁ ଏନସିବି କାର୍ଯ୍ୟାଳୟ ପାଖରେ ଭେଟାଭେଟି ହୋଇଥିବା ଦେଖିବାକୁ ପାଇଥିଲେ। ଦୁହେଁ ଲୋୟର ପରେଲ ଯାଇଥିଲେ। ଯେଉଁଠାରେ ଛିଡା ହୋଇଥିବା ଏକ ନୀଳ ରଙ୍ଗର ଗାଡ଼ିରେ ସେମାନେ ବସିଥିଲେ। ପ୍ରଭାକର ସେଲଙ୍କ ଦାବି କି ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଡଡଲାନିଙ୍କୁ ସେହି ନୀଳ ରଙ୍ଗର ଗାଡ଼ିରେ ବସିଥିବା ଦେଖିବାକୁ ପାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ