ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ଆର୍ୟନ ଖାନଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି ? ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲା ଶିବସେନା

ମୁମ୍ବାଇ ୧୯।୧୦: କ୍ରୁଜ୍ ଡ୍ରଗ୍ସ କେସ୍‌ରେ ଗିରଫ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲା ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି। ଏହି କେସ୍ ରାଜନୈତିକ ରୂପ ମଧ୍ୟ ନେଇ ସାରିଛି। ଏବେ ଶିବସେନା ନେତା କିଶୋର ତିଓ୍ଵାରୀ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ଆର୍ୟନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନସିବି) ପ୍ରତିଶୋଧ ଭାବନାରେ କାମ କରୁଥିବା ସେ କହିଛନ୍ତି।

ଶିବନେତା ନେତା ନିଜର ଯାଚିକାରେ ଏନସିବି ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଡ୍ରଗ୍ସ କେସ୍‌ରେ ଗିରଫ ଆର୍ୟନ ଖାନଙ୍କ ମୌଳିକ ଅଧିକାରର କ୍ଷୁର୍ଣ୍ଣ କରାଯାଉଛି। ଏନସିବି ପ୍ରତିଶୋଧ ଭାବନାରେ କାମ କରୁଥିବା ସେ ଅଭିଯୋଗ କରିଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଆବେଦନରେ କିଶୋର ତିଓ୍ଵାରୀ କହିଛନ୍ତି, ଡ୍ରଗ୍ସ ନିରୋଧୀ ଏଜେନ୍ସି ଏନସିବି ଗତ ଦୁଇ ବର୍ଷରୁ ଫିଲ୍ମ ତାରକା, ମୋଡେଲ୍ ଏବଂ ଅନ୍ୟ ହସ୍ତୀଙ୍କୁ ଟାର୍ଗେଟ୍ କରି ଆସୁଛି। ଏହି ଘଟଣାରେ ସ୍ଵତନ୍ତ୍ର ବିଚାର ହେବା ଉଚିତ୍ ବୋଲି କିଶୋର ତିଓ୍ଵାରୀ କହିଛନ୍ତି। ଘଟଣାର ସତ୍ୟାସତ୍ୟର ସନ୍ଧାନ ପାଇଁ ମାମଲାର ଯାଞ୍ଚ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦ୍ଵାରା କରାଯିବା ଉଚିତ୍।

ଉଲ୍ଲେଖନୀୟ, ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ(୨୩) ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ତାଙ୍କୁ ଏନସିବି ଅକ୍ଟୋବର ୨ରେ କ୍ରୁଜ୍ ଡ୍ରଗ୍ସ କେସ୍‌ରେ ଗିରଫ କରିଥିଲା। ଗିରଫଦାରୀ ସମୟରେ ଏନସିବି କହିଥିଲା ଯେ, ଆର୍ୟନଙ୍କ ପାଖରୁ ବ୍ୟକ୍ତିଗତ ଭାବେ କିଛି ଜବତ ହୋଇନାହିଁ। ମାତ୍ର ଆର୍ୟନଙ୍କ ହ୍ଵାଟ୍ସଆପ୍‌ ଚାଟ୍‌ରେ ଡ୍ରଗ୍ସ ବ୍ୟବସାୟୀଙ୍କ ସହିତ ତାଙ୍କର ସଂପର୍କ ଥିବା ଖୁଲାସା ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ