ଦେଶ ବିଦେଶ ମନୋରଞ୍ଜନ

ଆର୍ଯନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହାରଖ, ଦୀପାବଳୀ ପରେ ମନ୍ନତରୁ ଦୂରେଇ ରଖିବାର ପ୍ଲାନିଂ…

ମୁମ୍ବାଇ ୦୧।୧୧ : ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ। ବର୍ତ୍ତମାନ ପୁଅ ଘରକୁ ଫେରିବା ପରେ ଦୁହେଁ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଖବର ମିଳିଛି ଯେ ଶାହାରୁଖ ଖାନ ଏବଂ ଗୌରୀ ଖାନ ଆର୍ଯ୍ୟଙ୍କ ପାଇଁ ପର୍ସନାଲ ବଡ଼ିଗାର୍ଡ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶାହାରୁଖଙ୍କ ସହ ତାଙ୍କ ବଡ଼ିଗାର୍ଡ ସବୂବେଳେ ଛାଇ ପରି ରହିଥାନ୍ତି। ସେହିପରି ଆର୍ଯ୍ୟନଙ୍କର ସହ ମଧ୍ୟ ଏକ ବଡ଼ିଗାର୍ଡ ରହିବ ।

ଏକ ସୂତ୍ରରୁ ପ୍ରକାଶ ଯେ, ‘ଏହି ଘଟଣା ପରେ ଶାହରୁଖଙ୍କୁ ପୁରା ଅସ୍ତବ୍ୟସ୍ତ କରିଦେଇଛି। ସେ ଭାବୁଛନ୍ତି ଯେ ଯଦି ଆର୍ଯ୍ୟଙ୍କର ନିଜର ବଡ଼ିଗାର୍ଡ ଥାଆନ୍ତେ, ତେବେ ବୋଧହୁଏ ଏହି ସବୁ ଜିନିଷ ଏତେ ବଢ଼ି ନଥାନ୍ତା । ଯଥାଶୀଘ୍ର ଆର୍ଯ୍ୟନଙ୍କ ପାଇଁ ଜଣେ ବଡ଼ିଗାର୍ଡ ରଖିବାକୁ ଶାହାରୁଖ ନିଷ୍ପତ୍ତି ନେଇଛନ୍ତି।ଏହା ବ୍ୟତୀତ ଏଭଳି ଏକ ଖବର ଏମିତି ବି ଆସିଛି କି, ପୁଅ ଆର୍ଯ୍ୟନ୍‌ଙ୍କୁ ଦିପାବଳୀ ପରେ ମନ୍ନତରୁ ଦୂରେଇ ରଖିବାକୁ ଭାବୁଛନ୍ତି।

ଡ୍ରଗ୍ସ କେସରେ ଜାମିନ ମିଳିବା ପରେ ଆର୍ଯ୍ୟନ୍‌ଙ୍କୁ ତାଙ୍କର ପାସପୋର୍ଟ ସ୍ପେଶାଲ କୋର୍ଟରେ ଜମା କରିବାକୁ ପଡ଼ିଥିଲା। ସର୍ତ୍ତ ମୁତାବିକ, ଆର୍ଯ୍ୟନ୍‌ ବିନା ଅନୁମତିରେ ମୁମ୍ବାଇ କିମ୍ବା ଭାରତରୁ ବାହାରକୁ ଯାଇପାରିବେ ନାହିଁ। ଏମିତିରେ କୁହାଯାଉଛି, ଶାହାରୁଖ, ଆର୍ଯ୍ୟନ୍‌ଙ୍କୁ ଅଲିବାଗ ସ୍ଥିତ ଫାର୍ମହାଉସକୁ ସିଫ୍ଟ କରିବେ। ଶାହାରୁଖ ଏବଂ ଗୌରୀ ଚାହୁଁଛନ୍ତି କି, ଆର୍ଯ୍ୟନ୍‌ଙ୍କୁ ମିଡ଼ିଆ ନଜରରୁ ତାଙ୍କୁ ଦୂରେଇ ରଖିବେ । ଏହା ସହ ସେ ନିଜେ ନିଜ ଉପରେ ଧ୍ୟାନ ଦେଇପାରିବେ । ଅଲିବାଗରେ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଫାର୍ମହାଉସ ରହିଛି।ଦୀପାବଳୀ ପରେ ସେ ଅର୍ଯ୍ୟନଙ୍କୁ ସେଠାକୁ ପଠାଇବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ