ଭୁବନେଶ୍ୱର ୦୨/୧୨ : ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଜୀବନଶୈଳୀ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର ଅନେକ ସମସ୍ୟା ସମାଧାନ କରିଥାଏ। ସେଥିପାଇଁ ଲୋକେ ଘର ତିଆରି କରିବା ପୂର୍ବରୁ ବାସ୍ତୁଶାସ୍ତ୍ରର ସବୁ ଦିଗ ପ୍ରତି ଦୃଷ୍ଟି ନେଇ ଘର ତିଆରି କରିଥାନ୍ତି। ବାସ୍ତୁ ନିୟମ ଅନୁସରଣ କରି ଜୀବନକୁ ସୁଖମୟ କରାଯାଇପାରିବ। ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି ଯାହାକୁ ଅଣଦେଖା କରିବା ଦ୍ୱାରା ଜୀବନ ଉପରେ ତାର ନକାରାତ୍ମକ ପ୍ରଭାବ ପଡିଥାଏ। ନକାରାତ୍ମକ ପ୍ରଭାବ ଅନେକ ସମସ୍ୟା ସୃଷ୍ଟି କରିପାରେ। ବାସ୍ତୁଶାସ୍ତ୍ରର ଏହି ସରଳ ନିୟମ ପାଳନ କରିବା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ପଡିବ। ବାସ୍ତୁଶାସ୍ତ୍ରରେ ଏମିତି ବି କିଛି ନିୟମ ରହିଛି ଯାହାକୁ ଅଣଦେଖା କଲେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇପାରେ।
ଜାଣନ୍ତୁ ବାସ୍ତୁଶାସ୍ତ୍ରର ସରଳ ନିୟମ :
୧. ଘର ସର୍ବଦା ସଫାସୁତୁରା ଓ ସ୍ୱଚ୍ଛ ରଖିବା ଉଚିତ।
୨. ଘରେ ଯେଉଁ ସ୍ଥାନରେ ଟ୍ରେଜେରି ଅଛି ବା ଧନ ରଖନ୍ତି ସେଠାରେ ବୁଢିଆଣୀ ଜାଲ ରହିବାକୁ ଦିଆନ୍ତୁନି, ସର୍ବଦା ସଫା ରଖନ୍ତୁ।
୩. ଟଙ୍କା ରଖୁଥିବା ଆଲମିରା ବା ଟ୍ରେଜେରି ଏହିଭଳି ରଖନ୍ତୁ ଯେପରି ତାହା ଉତ୍ତର ଦିଗ ଆଡକୁ ଖୋଲୁଥିବ।
୪. ଯେଉଁ ଆଲମିରା ଆପଣ ଟଙ୍କା, ଗହଣା ଆଦି ରଖୁଛନ୍ତି ତାହା କେବେ ବି ଦକ୍ଷିଣ ଦିଗ ଆଡକୁ ଖୋଲିବା ଉଚିତ ନୁହେଁ, ତାର ମୁହଁ ଉତ୍ତର ଆଡକୁ ରହିବ ଉଚିତ।
୫. ଘରେ ଅଯଥା ପାଣି ନଷ୍ଟ କରନ୍ତୁନି, ଘରେ ନଳରୁ ପାଣି ଝରିବା ଶୁଭ ନୁହେଁ, ଘରେ ଅଯଥା ନଳରୁ ପାଣି ଝରୁଥିଲେ ଟଙ୍କା ରହେନାହିଁ ଏବଂ ଆର୍ଥିକ ସଙ୍କଟ ଦେଖାଦିଏ ବୋଲି କୁହାଯାଏ।
୬. ଖାଇବା ବେଳେ ମନେରଖିବେ, ଭୋଜନ ଥାଳିକୁ କୌଣସି ପିଢା କିମ୍ବା ଆସନରେ ସମ୍ମାନର ସହ ରଖିବା ଉଚିତ, ଅନ୍ନକୁ ସର୍ବଦା ସମ୍ମାନ ଦେବା ଉଚିତ।
୭. ଖାଇବା ପରେ ଭୋଜନ ଥାଳିରେ କେବେ ବି ହାତ ଧୁଅନ୍ତୁ ନାହିଁ। ରାତିରେ ଘରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ, ବାସନ ସଫା କରି ଶୋଇବା ଉଚିତ।
୮. ଘରର ରୋଷେଇ ଘର ସବୁବେଳେ ଆଗ୍ନେୟ କୋଣରେ ରହିବ ଉଚିତ।
୯. ଟଏଲେଟ, ଗାଧୁଆଘର, ରୋଷେଇ ଘର ଗୋଟିଏ ସିଧାରେ ନିର୍ମାଣ କରିବା ଉଚିତ ନୁହେଁ।
୧୦. ଘରର ରୋଷେଇଘର ଓ ଟଏଲେଟ କବାଟ କେବେ ବି ସମ୍ନାସାମ୍ନି ରଖିବା ଉଚିତ ନୁହେଁ।
