ଖେଳ

ଆରସିବିକୁ ବଡ ଝଟକା, ଟୁର୍ଣ୍ଣାମେଣ୍ଟରୁ ଓହରିଲେ ୨ ଷ୍ଟାର୍ ବୋଲର

ବେଙ୍ଗାଲୁରୁ,୨୬/୦୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟ୍‌କା ଲାଗିଛି । ଦଳର ୨ ବୋଲର ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ ଓ ଲେଗ୍ ସ୍ପିନର୍ ଆଡାମ ଜାମ୍ପା ଚଳିତ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଉଭୟ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆରସିବି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି ।

ଆରସିବି ଟ୍ୱିଟ୍ କରି ଲେଖିଛି ଯେ, ଆଡାମ ଜାମ୍ପା ଓ କେନ୍ ରିଚାର୍ଡସନ୍ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ସେମାନେ ଆଇପିଏଲ ୨୦୨୧ର ବାକି ଥିବା ମ୍ୟାଚ୍ ଗୁଡିକରେ ଅନୁପସ୍ଥିତ ରହିବେ । ଆରସିବି ମ୍ୟାନେଜମେଣ୍ଟ ଉଭୟ ଖେଳାଳିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଯଥା ସମ୍ଭବ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛି ।

୨୯ ବର୍ଷୀୟ ଲେଗ୍ ସ୍ପିନର୍ ଆଡାମା ଜାମ୍ପାଙ୍କୁ ଚଳିତ ସିଜିନରେ ଏବେସୁଦ୍ଧା ଗୋଟିଏ ହେଲେ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିନଥିଲା । ଗତ ସିଜିନରେ ସେ ଆରସିବି ପାଇଁ ତିନୋଟି ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରୁ ସେ ୩ଟି ଓ୍ୱିକେଟ୍ ନେଇଥିଲେ । ଏହାପୂର୍ବରୁ ସେ ୨୦୧୬-୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ ପାଇଁ ଖେଳୁଥିଲେ ।

ସେହିପରି ୩୦ ବର୍ଷୀୟ ରିଚାର୍ଡସନ୍ ଚଳିତ ଆଇପିଏଲରେ ଏବେସୁଦ୍ଧା ଗୋଟିଏ ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୨୯ ରନ୍ ଦେଇ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ଆରସିବି ଏବେସୁଦ୍ଧା ୫ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ଲାଭ କରିଛି । ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ