ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଦୂରଦର୍ଶନରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତା ଅରୁଣ ଗୋଭିଲ୍ ଆଜି ଓଡ଼ିଶାରେ ଆରମ୍ଭ କରିଛନ୍ତି ‘ସୁନୋ ଶ୍ରୀରାମ କାହାଣୀ’ ଶ୍ରୀରାମ କଥାମୃତ। ଚଉଦରୁ ଊର୍ଦ୍ଧ୍ବ ନାମୀଦାମୀ କଳାକାର ଉତ୍କଳ ମଣ୍ଡପରେ ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଂଗୀତ ଓ ଦୃଶ୍ୟ ଚିତ୍ରଣ ମାଧ୍ୟମରେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଥିଲେ।
ନିଲମ ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଗୌରବ ରାଲହନ, ବାସୁଦେବ ଭଟ୍ଟ, ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ସଞ୍ଜୟ ମହାନ୍ତି ଓ ରନି ଦାଶ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନାଭାବ ଓ ବିଭନ୍ନ କାରଣରୁ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଦେଖିପାରୁ ନଥିବା ଶ୍ରୀରାମ ଭକ୍ତମାନଙ୍କ ପାଇଁ ୟ୍ୟୁଟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଗଜପତି ମହାରାଜା ଶ୍ରୀଶ୍ରୀ ଦିବ୍ୟସିଂହ ଦେବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ କଟକ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ କରିବା ପାଇଁ ଯୋଜନା କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l