କଳା ଓ ସଂସ୍କୃତି ରାଜ୍ୟ

ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର କାମ

ପୁରୀ : ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମଦ୍ବାରରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ୭୫ ମିଟର ପରିଧିରେ ପଶ୍ଚିମଦ୍ବାର ସମ୍ମୁଖ ବିସ୍ତୃତ ଜାଗାକୁ ଆଜି ଖୋଳାଯାଇଛି। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ କାମ ବି ଆରମ୍ଭ ହୋଇଛି। ଏହି ସ୍ଥାନର ଖନନ କାର୍ଯ୍ୟ ବି ଆରମ୍ଭ ହୋଇଛି।

ଶନିବାର ଶ୍ରୀସେତୁ ବା ଟ୍ରମ୍ପେଟ୍‌ ବ୍ରିଜ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍‌।
ଏ ସମ୍ପର୍କରେ ଓବିସିସି ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାତ ପାଣିଗ୍ରାହୀ କହିଛନ୍ତି ଯେ ପଶ୍ଚିମଦ୍ବାରରେ ଭକ୍ତଙ୍କ ସୁବିଧା ତଥା ବ୍ୟବହାର ପାଇଁ ବିଭିନ୍ନ ପ୍ରକଳ୍ପ କରାଯିବ। ଦୁଇଟି ‌ଶୌଚାଳୟ ସହ ‌ଲୋକଙ୍କ ବ୍ୟବହାର ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣ କୋଠା ଉଚ୍ଛେଦ ପରେ ଏଠାରେ ନୂଆ କୋଠା ନିର୍ମାଣ କାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଠାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ସମୟ ଅବଧି ଭିତରେ ଏହି କାମ ଆମେ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଇଂ. ପାଣିଗ୍ରାହୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,