ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଅଂଶଗ୍ରହଣ କରିବେ ଦେଶ ବିଦେଶର ଶିଳ୍ପ ସମ୍ରାଟ

ଭୁବନେଶ୍ୱର ୧୨।୧୨ : ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ। ଜନତା ମଇଦାନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଜନତା ମଇଦାନର କାର୍ଯ୍ୟକ୍ରମ ସ୍ଥଳରେ। ସାଙ୍ଗରେ ଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ସେଠାରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ।

ତେବେ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଶହେରୁ ଅଧିକ ଶିଳ୍ପପତି ସାମିଲ ହେବା ସମ୍ଭାବନା ରହିଛି। ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ମେକ୍ ଇନ୍ ଓଡ଼ିଶାରେ ଯୋଗଦେବା ଲାଗି ୧୧ ହଜାର ୬୦୦ ପଞ୍ଜିକରଣ ହୋଇଛି। ଓଡ଼ିଶାର ଶିଳ୍ପ ସମୃଦ୍ଧିର ବିଭିନ୍ନ ଦିଗକୁ ନେଇ ୧୨୪ ଜଣ ବକ୍ତା ସେମାନଙ୍କ ମତ ରଖିବେ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଏହା ତୃତୀୟ ସଂସ୍କରଣ। ଗତ ୨ଟି ସଂସ୍କରଣ ଅପେକ୍ଷା ଚଳିତ ଥର ୬ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ଆଶା ରଖିଛନ୍ତି ସରକାର। ବିଶେଷ କରି ୭ ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ୍, ଫୁଡ୍ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇ.ଟି. ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି ।

ସେହିପରି ମେକ୍ ଇନ୍ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀ କଣ୍ଟ୍ରି ପାର୍ଟନର ଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ ଗ୍ରୁପ୍ ଭଳି ବଡ଼ବଡ଼ କମ୍ପାନୀର ମୁଖ୍ୟମାନେ ଏଥିରେ ଯୋଗ ଦେବେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।