କଳା ଓ ସଂସ୍କୃତି ଧର୍ମ

ଆରମ୍ଭ ହେଲା ବୁଢୀ ଠାକୁରାଣୀ ଯାତ୍ରା: ୧୪୪ ଧାରାରେ ବାପ ଘରକୁ ଗଲେ ମାଆ, ଆଜି ବିଶ୍ରାମ, କାଲି ରାଜବାଟି ପରିକ୍ରମା

ବ୍ରହ୍ମପୁର ୧୦/୪: ବାପା ଘରେ ମାଆ ସାଆନ୍ତାଣୀ । କଡା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଅସ୍ଥାୟୀ ପୀଠରେ ମାଆ ଆଜି ବିଶ୍ରାମ ନେବା ପରେ ଆସନ୍ତା କାଲି ପରିକ୍ରମା କରିବେ ରାଜବାଟି । ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ୭ ଦିନିଆ ଅନୁମତି ଦିଆଯାଇଛି।

ବାଜା ବାଜଣା ତୁରୀ ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ବାପା ଘରେ ଖୁସିର ମାହୋଲ୍ । ଦେଶିବେହେରା ସାହି ଚଳ ଚଞ୍ଚଳ । ଦେଶିବେହେରାଙ୍କ ସମେତ ଅଞ୍ଚଳବାସୀ ଏକ ପଟୁଆରରେ ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ମଥାରୁ ଚାଙ୍ଗୁଡିରେ ଆଞାମାଳ ପାଇବା ପରେ ଦେଶିବେହେରାଙ୍କ ସ୍ତ୍ରୀ ଜାନକୀ ମାଆ ସାଆନ୍ତାଣୀଙ୍କୁ ମୁଣ୍ଡରେ ଧରି ବାପା ଘରକୁ ଅର୍ଥାତ୍ ଅସ୍ଥାୟୀ ମଣ୍ଡପକୁ ଆଣି ସ୍ଥାପନ କରାଯାଇଥିବା କହିଛନ୍ତି ବାପା ପି ଦୁର୍ଗା ପ୍ରସାଦ ଦେଶିବେହେରା । ଆଜି ମାଆ ବିଶ୍ରାମ ନେବା ପରେ ଆସନ୍ତା କାଲି ରାଜବାଟି ପରିକ୍ରମା କରିବା କାର୍ଯ୍ଯକ୍ରମ ରହିଥିବା କହିଛନ୍ତି ଦେଶିବେହେରା । ମାଆ ଆସିବା ପୂର୍ବରୁ ଚାରିଦିଗକୁ ବନ୍ଧନ କରାଯାଇଥିବା କହିଛନ୍ତି ଝାମି ପୂଜକ। ସେପଟେ କୋରନାର ଦ୍ବିତୀୟ ପ୍ରଭାବକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ୧୦ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ