ଦେଶ ବିଦେଶ ମନୋରଞ୍ଜନ

ଆରମ୍ଭ ହେଲା ବିବାହ ଉତ୍ସବ: ଆଲିଆଙ୍କୁ ଏହି ଉପହାର ଦେବେ ରଣବୀର, ଜୋତା ଚୋରି ପାଇଁ ଗାର୍ଲ ଗ୍ୟାଙ୍ଗ୍‌ଙ୍କୁ ମିଳି

ତେବେ ସେମାନଙ୍କ ବିବାହକୁ ନେଇ ସେମାନେ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ଦେଇନାହାନ୍ତି। ସେମାନେ ସେମାନଙ୍କ ବିବାହକୁ ଗୋପନ ରଖିବାକୁ ଯଥା ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।

ତେବେ, ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ରଣବୀରଙ୍କ ଜୋତା ଚୋରାଇବାକୁ ଥିବା ଆଲିଆଙ୍କ ଗାର୍ଲ ଗ୍ୟାଙ୍ଗ୍‌(ବାଳିକା ଦଳ)ଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ କପୁର ପରିବାର ଟାର୍ଗେଟ ରଖିଛନ୍ତି।

ତେବେ, ରଣବୀରଙ୍କ ବିବାହ ମଣ୍ଡପରେ ପହଞ୍ଚିବାକୁ ଭଉଣୀ ରିଦିମା ଓ ମାଆ ନିତୁ କପୁର ଘରୁ ବ‌ାହାରି ଯାଇଛନ୍ତି। ସେମାନେ ଘରୁ ଗାଡ଼ିରେ ବାହାରିବା ସମୟରେ ଭିଡିଓ ଭାଇରାଲ୍‌ ହୋଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ରଣବୀର ତାଙ୍କ ଭାବି ପତ୍ନୀ ଆଲିଆଙ୍କୁ ଉପହାର ଆକାରରେ ଏକ ୱେଡିଂ ବ୍ୟାଣ୍ଡ୍‌ ଦେବାକୁ ଯାଉଛନ୍ତି। ଏହି ବ୍ୟାଣ୍ଡ୍‌ରେ ୮ ଖଣ୍ଡ ହୀରା ଲାଗିଛି। ରଣବୀରଙ୍କର ଜଣେ ବନ୍ଧୁ ଏହି ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡି‌ଓରେ ଦେଖିବାକୁ ମିଳୁଛି ଯେ ରଣବୀର-ଆଲିଆଙ୍କ ବିବାହ ମଣ୍ଡପକୁ ଯେଉଁମାନେ ଯାଉଛନ୍ତି ସେମାନଙ୍କ ମୋବାଇଲ୍‌ କ୍ୟାମେରାରେ ସେଲୋ ଟେପ୍‌ ଲଗାଯାଇ ତାହାକୁ ବନ୍ଦ କରାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ