ରାଜ୍ୟ ସ୍ୱାସ୍ଥ୍ୟ

ଆରମ୍ଭ ହେଲା କୋଭିଡ଼ ଟେଷ୍ଟ, ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ ସମସ୍ତଙ୍କ ନମୁନା ସଂଗ୍ରହ

ଭୁବନେଶ୍ୱର ୨୮।୧୧: ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି । ଏହା ୩ ଦିନ ଧରି ଚାଲିବ ।

ତେବେ ଏହା ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଧାନସଭାର ସମସ୍ତ ସଦସ୍ୟଙ୍କ ଆଣ୍ଟିବଡ଼ି’ ପରୀକ୍ଷା କରାଯିବା । ଏହା ସହ ଆଜି ବିଧାନସଭା ପରିସରରେ ସମସ୍ତ ସଦସ୍ୟଙ୍କ କୋଭିଡ଼ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଛି ।ଏହା ସହ ବିଧାନସଭାର ସବୁ କର୍ମଚାରୀଙ୍କ ‘ଆରଟିପିସିଆର କରାଯିବ ।ନମୁନା ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେଣୁ ସମସ୍ତ ପ୍ରକାର ନମୁନା ପରୀକ୍ଷା ଉପକରଣ ଓ ସରଞ୍ଜାମ ପ୍ରସ୍ତୁତ ରହି କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ତେବେ ଏହି ଟେଷ୍ଟ ପାଇଁ ବିଧାନସଭା ପରିସରରେ ଦୁଇଟି ପୃଥକ ସ୍ଥାନରେ ୨ଟି କ୍ୟାମ୍ପ କରାଯାଇଛି। ଆସନ୍ତା ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ।

ସେପଟେ ବିଧାୟିକା ଲତିକା ପ୍ରଧାନ ନିଜର କୋଭିଡ ପରୀକ୍ଷା କରାଇଛନ୍ତି । କୋଭିଡ ଟେଷ୍ଟ ପରେ ଲତିକା କହିଛନ୍ତି ଯେ, ଟେଷ୍ଟିଂ ପାଇଁ ଭଲ ବ୍ୟବସ୍ଥା ହୋଇଛି । ସୁରକ୍ଷା ପାଇଁ ସମସ୍ତେ ଟେଷ୍ଟ କରନ୍ତୁ । ଅଧିବେଶନ ପାଇଁ ସରକାରୀ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ । ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି ।

ସେହିପରି ଦରଦାମ ବୃଦ୍ଧି ନେଇ ବିଜଡି ବିଧାୟିକା ଲତିକା ପ୍ରଧାନ ଙ୍କ ପ୍ରତିକ୍ରିୟା । ଦରବୃଦ୍ଧି ନେଇ ରାଜରାସ୍ତାରେ ବିଜେଡି ଅଛି । ତୈଳ ଦର ଅହେତୁକ ବୃଦ୍ଧି ପାଇଥିଲା । ସମୁଦ୍ରକୁ ଶଙ୍ଖେ ଭଳି କମିଛି । ଗ୍ୟାସ ଦରବୃଦ୍ଧି ନେଇ ବିଜୁ ଜନତା ଦଳ ବିରୋଧ ଜାରି ରଖିଛି । ନକମିବି ଯାଏଁ ଏମିତି ବିରୋଧ ହେବ । ଦରବୃଦ୍ଧି ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗ । ଘଟଣାକୁ ତୀବ୍ର ନିନ୍ଦା କଲେ ଲତିକା । ଧାର୍ମିକ କାମରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିଲେ । ଯେଉଁମାନେ ଏଭଳି କରିଛନ୍ତି ତାଙ୍କୁ ଭଗବାନ ଉଚିତ ଶାସ୍ତି ଦେବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ