ଦେଶ ବିଦେଶ ମନୋରଞ୍ଜନ

ଆରମ୍ଭ ହେଲା ‘ଆଦିପୁରୁଷ’ର ସୁଟିଂ

ବାହୁବଳୀ ଷ୍ଟାର୍ ପ୍ରଭାସ ଓ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ସୁଟିଂ ଆଜି ଆରମ୍ଭ ହୋଇଛି। ଏନେଇ ପ୍ରଭାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ‘ଆଦିପୁରୁଷ’ର ଏକ ପୋଷ୍ଟର୍ ମଧ୍ୟ ସେୟାର୍ କରିଛନ୍ତି। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସୈଫ୍ ରାବଣ ଚରିତ୍ର‌ରେ ନଜର ଆସିବେ। ମାତା ସୀତା, ଲକ୍ଷ୍ମଣ, କୌଶଲ୍ୟା ଆଦି ରାମାୟଣର ପ୍ରମୁଖ ଚରିତ୍ର ବିଷୟରେ କୌଣସି ସୂଚନା ମିଳି ପାରିନାହିଁ। କୁହାଯାଉଛି, ଏହା ବି-ଟାଉନ୍‌ର ସର୍ବାଧିକ ବଜେଟ୍‌ର ଚଳଚ୍ଚିତ୍ର ହେବ। ପାଖାପାଖ ୪୦୦କୋଟି ଟଙ୍କା ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଖର୍ଚ୍ଚ ହେବ। ଚଳଚ୍ଚିତ୍ର ‘ତାହ୍ନାଜୀ’ ନିର୍ଦ୍ଦେଶକ ଓମ୍ ରାଉତ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ