ରାଜ୍ୟ

ଆରମ୍ଭ ହେଲା ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି : ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବ‌ଞ୍ଚିତ ହୋଇଛନ୍ତି। ସୋମବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ପ୍ରଥମଦିନରୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।

ସୂଚନା ଅନୁସାରେ, ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷ ହୋମ ଓ ଗୋପାଳ ବଲ୍ଲଭ ଉଠି ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭୋର୍‌ ପାଞ୍ଚ‌ଟାରୁ ଶ୍ରୀଜିଉଙ୍କ ରତ୍ନ ସିଂହାସନଠାରୁ ସିଂହଦ୍ବାର ଦେଇ ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଦିନ ବଢ଼ିବା ସହ ଧାଡ଼ି ବଢ଼ି ବଢ଼ି ଚାଲିଥିଲା। ଚନ୍ଦନ ଚକଡ଼ା ଡେଇଁ ଧାଡ଼ି ଅଲାରପୁର ଗାଁ’କୁ ଛୁଇଁଥିଲା। ମଧ୍ୟାହ୍ନ ଗୋଟାଏରେ ସକାଳ ଧୂପ ଉଠିବା ବେଳକୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇ ସାରିଥିଲା। ଧୂପ ପାଇଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ପ୍ରବଳ ଖରା ଓ ତାତି ସାଙ୍ଗକୁ ଗୁଳୁଗୁଳିରେ ଶ୍ରଦ୍ଧାଳୁ ସେମିତି ଛିଡ଼ା ହୋଇଥିଲେ। ଦର୍ଶନ ଖୋଲିବା ମାତ୍ରେ ଅପରାହ୍ନ ଦୁଇଟା ବେଳକୁ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ନାକେଦମ ହୋଇଯାଇଥିଲା। ଅପରାହ୍ନ ୪ଟାବେଳକୁ ପୁଣିଥରେ ପ୍ରବଳ ଭିଡ଼ ପ୍ରସ୍ଥାନ ଦ୍ବାର ପାଖରେ ହୋଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ଧାଡ଼ି ଲାଗିରହିଥିବା ବେଳେ ରିପୋର୍ଟ ଲେଖାହେବା ବେଳକୁ ରତ୍ନ ସିଂହାସନଠାରୁ ଚନ୍ଦନ ଚକଡ଼ା ମଧ୍ୟରେ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଛିଡ଼ା ହୋଇଥିଲେ। ଆଜି ଦିନତମାମ ୪୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।