ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆରବ ସାଗରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ ସ୍କର୍ପିନ୍ ବୁଡ଼ା ଜାହାଜ INS VAGIR

ମୁମ୍ବାଇ ୧୨।୧୨: ପଡୋଶୀ ଦେଶମାନଙ୍କ ସହ ସୀମା ବିବାଦ ଯୋଗୁ ଜାରି ଉତ୍ତେଜନାରେ ଭାରତ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି କ୍ରମରେ ମୁମ୍ବାଇ ମଝଗାଁବ ଡକରେ ସ୍କର୍ପିନ୍ ଶ୍ରେଣୀୟ ପଞ୍ଚମ ବୁଡାଜାହାଜ ଆଇଏନଏସ ବଗିର ଗୁରୁବାର ନୌସେନାରେ ସାମିଲ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ୍‌ ଭିଡିଓ କନଫରେନସିଂ ମାଧ୍ୟମରେ ବୁଡାଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ କରିଛନ୍ତି।

ଏହି ବୁଡାଜାହାଜ ହୀନ୍ଦ ମହାସାଗରରେ ଭାରତର ସୀମା ସୁରକ୍ଷା କରିବ। ଏହି ସାଗରର ଶିକାରୀ ମାଛ ବଗିର ନାମରେ ଏହାକୁ ନାମିତ କରାଯାଇଛି। ଏହାକୁ ମିସାଇ ନୌସେନାରେ ସ୍କର୍ପିନଶ୍ରେଣୀୟ ବୁଡ଼ାଜାହାଜ ସଂଖ୍ୟା ୫କୁ ପହଞ୍ଚିଛି। ଭାରତ ୧୯୭୦ ଦଶକରେ ଋଷିଆରୁ ପ୍ରଥମ ଏହି ଶ୍ରେଣୀୟ ପ୍ରଥମ ବୁଡ଼ା ଜାହାଜ ଆଣିଥିଲା। ୩ ଡିସେମ୍ବର ୧୯୭୩ରେ ନୌସେନାରେ ସାମିଲ ପ୍ରଥମ ସ୍କର୍ପିନ ବୁଡାଜାହାଜ ଜୁନ ୨୦୦୧ ମସିହାରେ ସେବା ନିବୃତ୍ତ ହୋଇଥିଲା।


ଏହି ବୁଡ଼ାଜାହାଜ ସମୁଦ୍ର ପୃଷ୍ଠରେ ସବମେରିନ୍‌ ନିରୋଧ ସାଙ୍ଗକୁ ଗୁଇନ୍ଦା ସୂଚନା ସଂଗ୍ରହରେ ମଧ୍ୟ ବେଶ୍ ଅତ୍ୟାଧୁନିକ । ଏହା ଛଡା ସମୁଦ୍ର ତଳେ ମାଇନ୍‌ ବିଛାଇବାରେ ଏହି ଶ୍ରେଣୀୟ ଜାହାଜ ବେଶ ଧ୍ରୁତ। ଏହା ଛଡା ସମୁଦ୍ର ତଳେ ଚାଲିବା ବେଳେ ଏଥିରୁ ଶବ୍ଦ ମଧ୍ୟ ବାହାରି ନଥାଏ। ଏଣୁ ଏହାର ଉପସ୍ଥିତିକୁ ଶତ୍ରୁପକ୍ଷ ସହଜରେ ଜାଣି ପାରନ୍ତିନି। ଏହି ଜାଜାହ ଗୁଡିକ ସମୁଦ୍ର ତଳେ ଦ୍ରୁତଗତିରେ ଚାଲିପାରୁଥିବା ବେଳେ ପାଣି ତଳେ ନିଜକୁ ଶତ୍ରୁଠାରୁ ଲୁଚାଇବାରେ ସବୁଠୁ ଚତୁର ଯୁଦ୍ଧ ଜାହାଜ।

ଏହି ଶ୍ରେଣୀୟ ସବୁମେରିନକୁ ମଝଗାଁବ ଡକୟାର୍ଡରେ ସିପ୍‌ ବିଲ୍ଡର୍ସ ଲିମିଟେଡ ଓ ଫରାସୀ କମ୍ପାନୀ ନେବଲ ଗ୍ରୁପ୍ ମିଳିତ ନିର୍ମାଣ କରୁଛନ୍ତି। ଉଭୟ କମ୍ପାନୀ ଏପରି ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ୨୦୦୫ ମସିହାରେ ରାଜିନାମା କରିଥିବା ବେଳେ ଏପର୍ଯ୍ୟନ୍ତ ୫ଟିର ନିର୍ମାଣ କାମ ଶେଷ କରିଛନ୍ତି। ବଗିର ପୂର୍ବରୁ ସ୍କର୍ପିନ କ୍ଲାସ୍‌ର ଚତୁର୍ଥ ବୁଡାଜାହାଜ ବେଲାକୁ ନୌସେନାରେ ସାମିଲ କରା ଯାଇସାରିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ