ମନୋରଞ୍ଜନ

ଆରପାରିରେ ହଲିଉଡ୍ ଫିଲ୍ମ ନିର୍ମାତା ରବର୍ଟ ଡାଉନି ସିନିୟର୍: ପାର୍କିନସନ୍ସ ରୋଗରେ ଥିଲେ ପିଡିତ

ନୂଆଦିଲ୍ଲୀ ୦୯/୦୭: ନିକଟରେ ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି। ଏଥି ସହିତ ହଲିଉଡ ଜଗତରୁ ମଧ୍ୟ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହଲିଉଡ ଷ୍ଟାର ତଥା ସାରା ଦୁନିଆରେ ସୁପରହିରୋ ‘ଆଇରନ୍ ମ୍ୟାନ୍’ ଚରିତ୍ରରେ ପ୍ରସିଦ୍ଧ ରବର୍ଟ ଡାଉନି ଜୁନିୟରଙ୍କ ବାପା ରବର୍ଟ ଡାଉନି ସିନିୟରଙ୍କ ଦେହାନ୍ତ ହୋଇଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ରୋବର୍ଟ ଡାଉନି ଜୁନିୟର୍ ଏହାର ସୂଚନା ଦେଇଛନ୍ତି । ରୋବର୍ଟ ଡାଉନି ସିନିୟରଙ୍କୁ ୮୫ ବର୍ଷ ହୋଇଥିଲା ଏବଂ ଆଶ୍ଚର୍ଯ୍ୟର କଥା ସେ ଶୋଇଥିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଇନଷ୍ଟାଗ୍ରାମରେ ରବର୍ଟ ଡାଉନି ଜୁନିୟର ଫ୍ୟାନ୍ସଙ୍କୁ କହିଛନ୍ତି, ତାଙ୍କ ବାପାଙ୍କର ଅନେକ ବର୍ଷରୁ ପାର୍କିନସନ୍ ରୋଗ ଥିଲା । ପାର୍କିନସନ୍ ହେଉଛି ନର୍ଭସ ସିଷ୍ଟମ୍ ଡିସଅର୍ଡର୍, ଯେଉଁଥିରେ ତାଙ୍କ ବାପା ଦୀର୍ଘ ସମୟ ଧରି ଯନ୍ତ୍ରଣା ଭୋଗୁଥିଲେ । ତାଙ୍କ ବାପାଙ୍କ ପରଲୋକ ଖବର ସେୟାର କରି ଡାଉନି ଜୁନିୟର୍ ଲେଖିଛନ୍ତି, ସେ ଜଣେ ପ୍ରକୃତ ସ୍ୱଭାବିକ ଫିଲ୍ମ ନିର୍ମାତା ଥିଲେ। ‘ଆଇରନ୍ ମ୍ୟାନ୍’ ରବର୍ଟ ଡାଉନି ଜୁନିୟର ବାପାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘RIP, ବବ୍ ଡି. ସିନିୟର୍ । ରାତିରେ ବାପା ଶୋଇଥିବା ଅବସ୍ଥାରେ ଶାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେ ଜଣେ ଆଶାବାଦୀ ଫିଲ୍ମ ନିର୍ମାତା ଥିଲେ। ଆପଣ ସବୁବେଳେ ମନେ ପଡିବେ ।’

ରୋବର୍ଟ ଡାଉନି ସିନିୟର ୧୯୩୬ ମସିହାରେ ନ୍ୟୁୟର୍କ ସହରରେ ଜନ୍ମଗ୍ରହଣ କରିଥିଲେ । ଏହାପୂର୍ବରୁ ତାଙ୍କ ନାମ ରବର୍ଟ ଏଲିୟସ୍ ଜୁନିୟର ଥିଲା । ପରେ ସେ ସେନାରେ ଶୀଘ୍ର ଭର୍ତ୍ତି ହେବା ପାଇଁ ନିଜର ଉପନାମକୁ ପରିବର୍ତ୍ତନ କରି, ତାଙ୍କ ସାବତ ବାପାଙ୍କ ନାମ, ଡାଉନି ଲେଖିଥିଲେ । ସେନା ପରେ, ତାଙ୍କ ଭଉଣୀଙ୍କ ସହ ନ୍ୟୁୟର୍କରେ ରହୁଥିବା ବେଳେ ସେ ହଠାତ୍ ଫିଲ୍ମ ନିର୍ମାଣରେ ପ୍ରବେଶ କରିଥିଲେ ।

ଫିଲ୍ମ ନିର୍ମାତା ରବର୍ଟ ଡାଉନି ସିନିୟର ଶେଷ ଫିଲ୍ମ ୨୦୦୫ ର ଡକ୍ୟୁମେଣ୍ଟାରୀ ରିଟେନହାଉସ୍ ସ୍କୋୟାରର ନିର୍ଦ୍ଦେଶନା ଦେଇଥିଲେ । ଯାହା ଏକ ଛୋଟ ଫିଲାଡେଲଫିଆ ପାର୍କ ବିଷୟରେ ଥିଲା । ଏହା ବ୍ୟତୀତ ସେ ଟୁ ଲିଭ୍ ଆଣ୍ଡ ଡାଏ ଇନ୍ ଏଏଲ ରେ ଥୋମାସ୍ ବ୍ୟାଟେମ୍ୟାନ୍, ବୁଗି ନାଇଟ୍ସରେ ଷ୍ଟୁଡିଓ ମ୍ୟାନେଜର ଏବଂ ମାଗ୍ନୋଲିଆରେ ଶୋ ନିର୍ଦ୍ଦେଶକ ଭୂମିକା ଗ୍ରହଣ କରି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ