ମନୋରଞ୍ଜନ ରାଜ୍ୟ

ଆରପାରିରେ ଗାୟକ ପ୍ରଶାନ୍ତ ସାମନ୍ତରାୟ: ଆଉ ଶୁଭିବନି ଦେଶିଆ ସଙ୍ଗୀତର ସ୍ବର

ଜୟପୁର: ଥମିଗଲା ‘ନାଚୁଲିରେ ନାଚୁଲି’ର ସ୍ବର ଓ ଆଉ ଶୁଭିବନି ଦଶହରା ମଞ୍ଚଳରେ ‘ଆସା ଆସା ଆସା ଜୁ ବେ ଦଶର ଦେଖା’ ଗୀତ। ଆଦିବାସୀ ସଙ୍ଗୀତ ଜଗତର ଶ୍ରେଷ୍ଠ କଳାକାର ତଥା ଗାୟକ ପ୍ରଶାନ୍ତ ସମାନ୍ତରାୟ ଆଉ ନାହାନ୍ତି। ଆଜି ସକାଳ ୯ଟା ବେଳେ ବିଶାଖାପାଟଣାରେ ତାଙ୍କର ପରଲୋକ ଘଟିଛି। ଶ୍ରୀ ସମାନ୍ତରାୟଙ୍କ ବିୟୋଗରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ଶ୍ରୀ ସାମନ୍ତରାୟଙ୍କ ଘର। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କର ଜୟପୁରର ଘରୋଇ କ୍ଲିନିକରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ବିଶାଖାପାଟଣା ଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ରାତି ୯ଟାରେ କାରରେ ବିଶାଖାପାଟଣାକୁ ଯାଇଥିଲେ। ରାତିରେ ବିଶାଖାପାଟଣାରେ ପହଞ୍ଚି ଗୋଟିଏ ହୋଟେ‌ଲରେ ରହିଥିବା ବ‌େଳେ ସକାଳ ୯ଟା ବେଳ‌େ ଘରୋଇ ଚିକିତ୍ସାଳୟକୁ ଯାଉଥିଲେ। ଲିଫ୍ଟରେ ଯିବା ସୟମରେ ହଠାତ୍ ଟଳିପଡିଥିଲେ। ଏହାପରେ ଡାକ୍ତରଙ୍କୁ ନେଇ ଦେଖାଇବା ପରେ ସେ ମୃତ ଘୋଷଣା କରିଥିଲେ। ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ମୃତଦେହ ସ୍ବତନ୍ତ୍ର ଗାଡିରେ ଆସୁଥିବା ବ‌େ‌ଳେ ସନ୍ଧ୍ୟାରେ ଜୟପୁରଠାରେ ପହଞ୍ଚିବା ନେଇ ପରିବାରବର୍ଗ ସୂଚନା ଦେଇଛନ୍ତି।

ସେ ଜୟପୁର ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ୟ କରୁଥିଲେ ଏବଂ ଜୟପୁର ବନାଞ୍ଚଳ ଅଧିକାରୀ ଦାୟିତ୍ବରେ ବର୍ତ୍ତମାନ ରହିଥିଲେ। ସେ ଜଙ୍ଗଲ ବିଭାଗରେ ଭଲ କର୍ମଚାରୀ ଭାବ‌େ ବେଶ୍ ପରିଚିତ ଥିବା ବେଳେ ଆଦିବାସୀ ସଙ୍ଗୀତ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏଥିସହ ଆକାଶବାଣୀ ଓ ଦୂରଦର୍ଶନରେ ସେ ସ୍ବୀକୃତୀପ୍ରାପ୍ତ କଳକାର ଥିଲେ। ସେ ଦୀର୍ଘ ୪୦ ବର୍ଷ ଧରି ସଙ୍ଗୀତ ଜଗତରେ ରହି ଆସିଛନ୍ତି। ଦେଶିଆ ଓ ଓଡ଼ିଆ ଭାଷାରେ ବହୁ ସଙ୍ଗୀତ ଗାନ କରିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବହୁ ସ୍ଥାନରେ ‌ମଞ୍ଚରେ ସଙ୍ଗୀତ ଗାନ କରିଛନ୍ତି। ‘ଡୁଙ୍ଗ ଡୁଙ୍ଗା ବାଜୁଲିରେ ବାଜୁଲି, ପରଜା ପିଲା ଏବେ ନାଚୁଲିରେ ନାଚୁଲି’ ଭଳି ବହୁ ମନଛୁଆ ସଙ୍ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ତାଙ୍କର ପରଲୋକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କଳକାର ଶୋକ ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ