ଦେଶ ବିଦେଶ

ଆମ ସରକାର ଆସିଲେ…..ଆଜମ ଖାଁଙ୍କ ଖୋଲା ଚେତାବନୀ

ରାମପୁର : ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜିକାଲି ରାମପୁରରେ ଅଛନ୍ତି ଏବଂ ପୌର ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଖୋଲାଖୋଲିଭାବେ ପୁଲିସ ଓ ପ୍ରଶାସନକୁ ଧମକ ଦେଇଥିବା ଦେଖାଯାଇଥିଲା ।

ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳେ ସରକାର ବଦଳିବ, ସେତେବେଳେ ଏହାଠାରୁ ଆହୁରି ଲମ୍ବା ରେଖା ଅଙ୍କାଯିବ। ଇନ୍ଦିରା ଗାନ୍ଧିଙ୍କ ଯୁଗ ବିଷୟରେ ଉଲ୍ଲେଖ କରି ଆଜମ ଖାନ୍ କହିଛନ୍ତି ଯେ ଏହା ତାଙ୍କର ୪୦-୪୨ ବର୍ଷର ରାଜନୈତିକ ଜୀବନର ଅନୁଭୂତି। ତାଓ୍ବାରେ ଥିବା ରୁଟି କେବେ ଓଲଟିବ ତାହା କହିହେବ ନାହିଁ ।

ପୁଲିସକୁ ଧମକ ଦେଇ ସେ କହିଛନ୍ତି, ଯେଉଁ ପୋଲିସ କର୍ମଚାରୀ ମାନେ ଆପଣଙ୍କ ଘରର କବାଟ ଭାଙ୍ଗି ଆପଣଙ୍କୁ ଧକ୍କା ଦେଇଥିଲେ ସେମାନେ ଠିଆ ହୋଇ ଆପଣଙ୍କୁ ଏହି ବୁଟରେ ସଲାମ କରିବେ । ରାମପୁର ପୌରପାଳିକାର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟି ପ୍ରାର୍ଥୀ ଫାତିମା ଜାବିଙ୍କ ପାଇଁ ଆଜମ ଖାନ ପ୍ରଚାର କରୁଥିଲେ । ମେ’ ୪ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ