ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମ ଦଳରେ ଯୋଗ ଦିଅ, ନହେଲେ ଗିରଫ ହେବ; ବିଜେପି ଏଭଳି ଧମକ ଦେଇଥିବା ଦାବି କଲେ ଅତିଶି

ନୂଆଦିଲ୍ଲୀ: ଆମ ଦଳରେ ଯୋଗ ଦିଅ। ନହେଲେ ଗିରଫ ହେବ। ବିଜେପି ଏଭଳି ଧମକ ଦେଇଥିବା ଦାବି କଲେ ଆପ୍ ନେତ୍ରୀ ଅତିଶି ମାର୍ଲେନା। ଆପର ବଡ଼ ବଡ଼ ନେତା ଗିରଫ ହୋଇ ଜେଲ ଯିବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇଡି ହେପାଜତରେ ରହିଛନ୍ତି। ଏମଧ୍ୟରେ ଅତିଶି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିବା ସାମ୍ନାକୁ ଆସିଛି।

ସେ ଦାବି କରିଛନ୍ତି ଯେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ତାଙ୍କୁ ଧମକ ଦେବା ଆରମ୍ଭ କରିଛି। ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଥିବା କହିଛନ୍ତି ଅତିଶି। ‌ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ। ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।”

ସେ ଆହୁରି କହିଛନ୍ତି ଯେ, କେଜ୍ରିୱାଲ ଗିରଫ ହେବା ପରେ ଆପର ବଳ ଭାଙ୍ଗିଯିବ ବୋଲି ବିଜେପି ଭାବିଥିଲା। ହେଲେ ବିରୋଧୀ ଦଳ ଏକାଠି ହେବା‌ ଦେଖି ବିଜେପି ଏବେ ଆମକୁ ଟାର୍ଗେଟ କରିବାକୁ ଯୋଜନା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ