ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆମ୍ବୁଲାନ୍ସରେ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଲେ କରୋନା ଆକ୍ରାନ୍ତ

କୋଚି: କରୋନା ଭୂତାଣୁ ଭଳି ମହାମାରୀ ପ୍ରାୟ ବର୍ଷେ ହେଲାଣି ଲୋକଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରି ରଖିଛି। ହେଲେ କରୋନା ମାଡ଼ରେ ମଧ୍ୟ ଲୋକେ ହାରି ଯାଇନାହାନ୍ତି, ଯାହାର ଉଦାହରଣ ପାଲଟିଛନ୍ତି ଜଣେ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ହୋଇ ମଧ୍ୟ ସେ ନିଜ ଲକ୍ଷ୍ୟ ହାସଲ କରିବାରୁ ପଛକୁ ହଟିନାହାନ୍ତି। ପରୀକ୍ଷା କେନ୍ଦ୍ରକୁ ଯିବା ସମ୍ଭବ ନଥିବାରୁ ଆମ୍ବୁଲାନ୍ସରୁ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଇଛନ୍ତି କରୋନା ଆକ୍ରାନ୍ତ।

କରୋନା ଆକ୍ରାନ୍ତ ହୋଇ ମଧ୍ୟ ହାର ମାନିନାହାନ୍ତି ଚେରୁଭଟ୍ଟୁରର ଶାଲିନୀ ପି.ଏସ। ଶାଲିନୀଙ୍କ କହିବା ମୁତାବକ, ଆଗକୁ ପରୀକ୍ଷା ଥିବାରୁ ମୋର ପ୍ରସ୍ତୁତି ସରିଥିଲା। ହେଲେ ପରୀକ୍ଷାର କିଛି ଦିନ ପୂର୍ବରୁ ମୁଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ରିପୋର୍ଟ ଆସିବା ପରେ ପରୀକ୍ଷା କିଭଳି ଦେବି, ସେ ଚିନ୍ତା ମୋ ମୁଣ୍ଡରେ ପଶିଥିଲା। ପରୀକ୍ଷା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ ମଧ୍ୟ ସେଠାରୁ ମୋତେ କିଛି ସାହାଯ୍ୟ ମିଳିନଥିଲା। ‌କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ପାଇଁ ଅନୁମତି ଦେବାକୁ କେହି ଚାହିଁନଥିଲେ। ହେଲେ ମୁଁ ଅନୁମତି ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲି। ସିପିଏମ୍ ତ୍ରିପୁନିଥୁରା ପଶ୍ଚିମ ସ୍ଥାନୀୟ ସଚିବ ରାକେଶ ରାୟ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିନୀତାଙ୍କ ଉଦ୍ୟମ ଯୋଗୁଁ ଏହା ମୋ ପାଇଁ ସମ୍ଭବ ହୋଇପାରିଥିଲା। ଏହା ପରେ ମୋତେ ପରୀକ୍ଷା କେନ୍ଦ୍ର ବାହାରେ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା। ଆମ୍ବୁଲାନ୍ସ ମୋ ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିଲା।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି