ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

ନୂଆଦିଲ୍ଲୀ: ଭର୍ଚ୍ୟୁଆଲ୍‌ ପରୀକ୍ଷଣ ସମୟରେ ଶତ୍ରୁ ଭାବି ଆମେରିକା ସେନାରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ଦ୍ବାରା ପରିଚାଳିତ ଏକ ଡ୍ରୋନ୍‌ ତା’ର ଅପରେଟର୍‌ଙ୍କୁ ହତ୍ୟା କରିଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

ତା ଅଭିଯାନରେ ହସ୍ତକ୍ଷେପ ନ କରାଇ ଦେବା ପାଇଁ ଉକ୍ତ ‘ଡ୍ରୋନ୍‌’ ସେ ଅପରେଟର୍‌ଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା ବୋଲି ଆମେରିକା ସେନାର ଜଣେ ଅଧିକାରୀ କହିଛନ୍ତି।

ଗତ ମେ ମାସରେ ଲଣ୍ଡନ୍‌ରେ ଆୟୋଜିତ ‘ଫ୍ୟୁଚର୍‌ କମ୍ବାଟ୍‌ ଏୟାର୍‌ ଆଣ୍ଡ୍‌ ସ୍ପେସ୍‌ କ୍ୟାପାବିଲିଟିଜ୍‌ ସମିଟ୍‌’ରେ ଆମେରିକା ବାୟୁସେନାର ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ପରୀକ୍ଷଣ ଏବଂ ଅଭିଯାନର ମୁଖ୍ୟ କର୍ଣ୍ଣେଲ୍‌ ଟ୍ୟୁକର୍‌ ‘ସିଙ୍କୋ’ ହାମିଲ୍‌ଟନ୍‌ କହିଛନ୍ତି, ବ୍ୟବହାରିକ ପରୀକ୍ଷଣରେ ଲକ୍ଷ୍ୟ ହାସଲ କରିବା ଲାଗି  ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଅତ୍ୟନ୍ତ ଅପ୍ରତ୍ୟାଶିତ ରଣନୀତି ଅବଲମ୍ବନ କରିଛି।

Image Courtesy of The Guardian

‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ଦ୍ବାରା ପରିଚାଳିତ ଏହି ବ୍ୟବହାରିକ ପରୀକ୍ଷଣ ସମୟରେ ଉକ୍ତ ‘ଡ୍ରୋନ୍‌’କୁ  ଶତ୍ରୁପକ୍ଷର ‘ଏୟାର୍‌ ଡିଫେନ୍‌ସ୍ ସିଷ୍ଟମ୍‌’ ନଷ୍ଟ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ, ତା’ର ଏହି ଅଭିଯାନରେ ଯିଏ ବାଧା ଦେଲା, ତାକୁ ସେ ହତ୍ୟା କଲା ବୋଲି ହାମିଲ୍‌ଟନ୍‌ କହିଛନ୍ତି।

ଅପରେଟର୍‌ଙ୍କୁ ହତ୍ୟା କରିବା ଲାଗି ଉକ୍ତ ସିଷ୍ଟମ୍‌କୁ ତାଲିମ ଦିଆଯାଇଥିଲେ ବି ତାହାକୁ ସେ ଅମାନ୍ୟ କରିଛି। ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଉପରେ ଅତି ମାତ୍ରାରେ ନିର୍ଭର କରିବା ଅନୁଚିତ ବୋଲି ସେ କହିଛନ୍ତି।

ସେପଟେ ଜାରି କରିଥିବା ବିବୃତିରେ ଆମେରିକୀୟ ବାୟୁସେନା ମୁଖପାତ୍ର ଆନ୍‌ ଷ୍ଟେଫାନେକ୍‌ କହିଛନ୍ତି ଯେ, ଏଭଳି କ‌ୌଣସି ବ୍ୟବହାରିକ ପରୀକ୍ଷା କରାଯାଇନାହିଁ। କିଂବା କୌଣସି ଅପରେଟର୍‌ଙ୍କୁ ‌‘ଡ୍ରୋନ୍‌’ ମାରି ନାହିଁ। ସମ୍ଭବତଃ, ମଜା କରିବା ପାଇଁ କର୍ଣ୍ଣେଲ୍‌ ଏ କଥା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ