ଦେଶ ବିଦେଶ

ଆମେରିକା ସୁପ୍ରିମ୍‌କୋର୍ଟରେ ଟ୍ରମ୍ପଙ୍କ ବଡ଼ ବିଜୟ: କଲରାଡୋ ରାଜ୍ୟର ନିଷେଧାଦେଶ ଖାରଜ

ୱାସିଂଟନ: ସୋମବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସୁପ୍ରିମ୍‌କୋର୍ଟରୁ ଏକ ବଡ଼ ବିଜୟ ମିଳିଛି। ଜାନୁଆରି ୬, ୨୦୨୧ରେ ଆମେରିକା ସଂସଦ ଆକ୍ରମଣ ଘଟଣାରେ କଲରାଡୋର ମତଦାନରୁ ତାଙ୍କୁ ବଞ୍ଚିତ କରାଯାଇଥିଲା। ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଏହି ଆଦେଶକୁ ରଦ୍ଦ କରି ଟ୍ରମ୍ପଙ୍କ ଦ୍ବିତୀୟବାର ରାଷ୍ଟ୍ରପତି ହେବା ଆଶାକୁ ଉଜ୍ଜୀବିତ କରିଛନ୍ତି।

ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଟ୍ରମ୍ପଙ୍କୁ ପୁନର୍ବାର ସରକାରୀ ପଦବିରେ ରହିବା ପାଇଁ ଅଯୋଗ୍ୟ ଘୋଷଣା କରିବା ପରେ କଲରାଡୋର ସର୍ବୋଚ୍ଚ ଅଦାଲତ ଗତ ଡିସେମ୍ବର ୧୯ ତାରିଖରେ ତାଙ୍କୁ ରାଜ୍ୟର ରିପବ୍ଲିକାନ୍ ପ୍ରାଥମିକ ମତଦାନରୁ ବହିଷ୍କାର କରିବାକୁ ଦେଇଥିବା ରାୟକୁ ବିଚାରପତିମାନେ ସର୍ବସମ୍ମତିକ୍ରମେ ଖାରଜ କରି ଦେଇଛନ୍ତି। ନଭେମ୍ବର ୫ରେ ହେବାକୁ ଥିବା ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ରିପବ୍ଲିକାନ୍ ପ୍ରାର୍ଥୀ ହେବା ଲାଗି ଦୌଡ଼ରେ ଟ୍ରମ୍ପ ସବୁଠାରୁ ଆଗରେ ଅଛନ୍ତି। ଦଳରେ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ପୂର୍ବତନ ଗଭର୍ଣ୍ଣର ନିକି ହାଲି। ଏହି ରାୟ ଆସିବା ପରେ ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ୍‌ରେ କହିଛନ୍ତି ‘ଆମେରିକା ପାଇଁ ବଡ଼ ବିଜୟ !’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ