ଦେଶ ବିଦେଶ ମନୋରଞ୍ଜନ

ଆମେରିକା ଯିବେ ରଜନୀକାନ୍ତ

ସହଧର୍ମିଣୀ ଲତାଙ୍କ ସହ ଅଭିନେତା ରଜନୀକାନ୍ତ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଯିବେ। ଭାରତୀୟ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ ନିକଟରେ ଚେନ୍ନାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲେ। ସାଙ୍ଗରେ ଥିଲେ ପତ୍ନୀ ଲତା। କୋଭିଡ୍‌ର ଦ୍ରୁତ ସଂକ୍ରମଣ ସମୟରେ ବିଦେଶ ଯିବାର ଉଦ୍ଦେଶ୍ୟ କ’ଣ? ଅନ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ କହିଥିଲେ, ସେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। କିଛି ବର୍ଷ ତଳେ ‌ତାଙ୍କର କିଡ୍‌ନୀରେ ସର୍ଜରୀ ହେଇଥିଲା। ଏଥିରେ କିଛି ଉନ୍ନତି ଆସିଛି ନା ଅବନତି ହୋଇଛି, ତାହାର ପରୀକ୍ଷା କରିବାକୁ ସେ ଆମେରିକା ଯାଉଛନ୍ତି।

ଏ ଖବର ପାଇ ଗଣମାଧ୍ୟମର ପ୍ରତିନିଧିମାନେ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚି ଯାଇଥିଲେ। ରଜନୀକାନ୍ତ ଓ ଲତା ଏୟାରପୋର୍ଟରେ ପ୍ରବେଶ କରିବାଠାରୁ ବିମାନରେ ଚଢ଼ିବା ପର୍ଯ୍ୟନ୍ତ ଉଭୟଙ୍କର କିଛି ଫଟୋ ଓ ଭିଡିଓ ସୁଟ୍ କରିଥିଲେ। ଏହି ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେଇଛି। ବିଦେଶ ଗସ୍ତ ବେଳେ ରଜନୀକାନ୍ତ କଳାରଙ୍ଗର ଟି-ସାର୍ଟ ଏବଂ ଧୂସର ପ୍ୟାଣ୍ଟ ପିନ୍ଧିଥିଲେ। ପତ୍ନୀ ଲତାଙ୍କୁ ହଳଦୀ ରଙ୍ଗର ଶାଢ଼ି ପରିହିତ ହେଇଥିବାର ଦେଖିବାକୁ ମିଳିଥିଲା। ଆମେରିକାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜୁଲାଇ ୮ତାରିଖରେ ଉଭୟ ଭାରତ ଫେରି ଆସିବେ ବୋଲି କହିଥିଲେ।

ସତୁରି ବର୍ଷ ବୟସରେ ନିଜର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥାଇ ବି ରଜନୀକା‌ନ୍ତ ସିରୁଥା‌ଇ ଶିବାଙ୍କ ନିର୍ଦ୍ଦେଶିତ ନୂଆ ସିନେମା ‘ଆନ୍ତାଥେ’ର ସୁଟିଂ କାମରେ ବ୍ୟସ୍ତ ଥିଲେ। କୋଭିଡର ଦ୍ବିତୀୟ ଲହର ଯୋଗୁଁ ଏହି ଫିଲ୍ମର ସୁଟିଂ ବନ୍ଦ ରହିଛି। ଏଇ ଚଳଚ୍ଚିତ୍ରରେ ନୟନତାରା, କୀର୍ତ୍ତି ସୁରେଶ, ମୀନା, ଖୁସବୁ, ପ୍ରକାଶ ରାଜ ଏବଂ ସୁରି ପ୍ରମୁଖ କଳାକାରମାନେ ମଧ୍ୟ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଚଳିତ ବର୍ଷ ନଭେମ୍ବର ପ୍ରଥମାର୍ଦ୍ଧରେ ସିନେମାଟି ମୁକ୍ତିଲାଭ କରିବାର ଯୋଜନା ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ