ଅପରାଧ ଦେଶ ବିଦେଶ

ଆମେରିକାରେ ହୋଇଥିଲା ଯୋଜନା: ସଲ୍‌ମାନଙ୍କ ଘର ଉପରକୁ ଗୁଳିମାଡ଼ ମାମଲା

ନୂଆଦିଲ୍ଲୀ/ମୁମ୍ବାଇ: ବଲିଉଡ୍‌ ଅ‌ଭିନେତା ସଲ୍‌ମାନ ଖାନ୍‌ଙ୍କ ବାନ୍ଦ୍ରା ସ୍ଥିତ ଘର ଉପରକୁ ରବିବାର ଭୋର ସମୟରେ ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏହି ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ଆଜି ଏହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କ ସିସିଟିଭି ଫୁଟେଜ୍‌ ଓ ଫଟୋ ଜାରି କରିଛି। ଏହା ସହିତ ଏହି ଆକ୍ରମଣ ଯୋଜନା ଆମେରିକାରେ ହୋଇଛି ବୋଲି ସୂଚିତ କରିଛି। ଗତକାଲି ପୁଲିସ, ଆକ୍ରମଣକାରୀମାନେ ବ୍ୟବହାର କରିଥିବା ମୋଟରସାଇକଲକୁ ସଲ୍‌ମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟର କିଛି କିଲୋମିଟର ଦୂରରେ ଜବତ କରିଥିଲା। ଆଜି ଏହି ଆକ୍ରମଣ ଘଟଣାର କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ, ଏହି ଆକ୍ରମଣ ଯୋଜନା ଆମେରିକାରେ ହୋଇଥିଲା। ଆମେରିକାରେ ବର୍ତ୍ତମାନ ଲରେନ୍‌ସ ବିଷ୍ଣୋଇର ସାନ ଭାଇ ତଥା ‌ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଅନମୋଲ ବିଷ୍ଣୋଇ ରହୁଥିବା ଅନୁମାନ କରାଯାଉଛି।

ସେ ଏହି ଆକ୍ରମଣ ପାଇଁ ରୋହିତ ଗୋଦରା ଗ୍ୟାଙ୍ଗ୍‌କୁ ଦାୟିତ୍ବ ଦେଇଥିବା ଜଣାଯାଇଛି। ଗ୍ୟାଙ୍ଗ୍‌ଷ୍ଟର ରୋହିତ ମଧ୍ୟ ସଂପ୍ରତି ଆମେରିକାରେ ରହୁଛି। ରୋହିତ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଭାରତର ଅନେକ ରାଜ୍ୟରେ ବିଛେଇ ହୋଇ ରହିଛନ୍ତି। ଏହା ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗର ପ୍ରରୋଚନାରେ, ଗୋଦରା ଗ୍ୟାଙ୍ଗ୍‌ର ସାର୍ପସୁଟର ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ‌ଗୋଗାମେଡି ଓ ରାଜୁ ଥେଠ୍‌ଙ୍କୁ ହତ୍ୟା କରିଥିଲେ। ଏହି କାରଣରୁ ରୋହିତ ଗ୍ୟାଙ୍ଗ୍‌କୁ ଆକ୍ରମଣପାଇଁ ଚୟନ କରାଯାଇଥିବା ପୁଲିସ ଅନୁମାନ କରୁଛି। ଅପରପକ୍ଷରେ, ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଅନମୋଲ୍‌ ପ୍ରକାଶ କରିଥିବା ଫେସ୍‌ବୁକ୍‌ ପୋଷ୍ଟ୍‌ର ଆଇପି ଠିକଣା, ଭିପିଏନ୍‌ ଆଦି ଯାଞ୍ଚ କରାଯାଉଛି। ସେହିଭଳି କେତେକ ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଆକ୍ରମଣରେ ଗୋଦରା ଗ୍ୟାଙ୍ଗ୍‌ର ବିଶାଳ ଓରଫ ‌କାଳୁ ମୁଖ୍ୟ ଅଭି‌ଯୁକ୍ତ ବୋଲି ସନ୍ଦେହ କରାଯାଉଛି। ସେ ରାଇଗଡ଼ରୁ ଏକ ‌ପୁରୁଣା‌ ମୋଟରସାଇକଲ କିଣିଥିଲା। ଏହି ମୋଟରସାଇକଲ ବିକ୍ରି କରିଥିବା ବ୍ୟକ୍ତିକୁ ପୁଲିସ ପଚରାଉଚରା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ