ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ଶାନ୍ତ ପଡୁନି ବନ୍ଧୁକ : ନାଇଟ୍ କ୍ଲବରେ ଗୁଳିମାଡ, ୨ ମୃତ

ଚିକାଗୋ, ୧୩|୦୬: ଆମେରିକାରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି । ରବିବାର ପୁଣି ଚିକାଗୋ ଅଞ୍ଚଳରେ ଗୁଳିକାଣ୍ଡ ଖବର ଆସିଛି । ଦକ୍ଷିଣପୂର୍ବ ଚିକାଗୋ ନିକଟବର୍ତ୍ତୀ ଇଣ୍ଡିଆନା ନାଇଟ୍ କ୍ଲବରେ ଆତତାୟୀ ଗୁଳିମାଡ କରିଥିବା ଜଣାପଡିଛି । ଯେଉଁଥିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ପୋଲିସର କହିବାନୁସାରେ, ଇଣ୍ଡିଆନା କ୍ଲବରେ ଗୁଳିକାଣ୍ଡ ନେଇ ଖବର ଆସିଥିଲା । ଏହାପରେ ସେମାନେ ପହଁଚିଥିଲେ । ସେଠାରେ ଦୁଇଜଣ ଅଚେତ ହୋଇ ପଡିଥିବା ଦେଖିଥିଲେ । ସେମାନଙ୍କୁ ଗୁଳି ଲାଗିଥିଲା । ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ମଧ୍ୟ ପୋଲିସ କହିଛି ଯେ, ଗୁଳିମାଡରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ପରିଚୟ ଏବେସୁଦ୍ଧା ଜଣାପଡି ନାହିଁ ।

ଏହାପୂର୍ବରୁ ଗୁରୁବାର ରାତିରେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ ଷ ସେହିପରି ଗତ ସପ୍ତାହରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ