ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ପୁଣି ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ: ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇଦେଲେ ଖଲିସ୍ତାନ ସମର୍ଥକ

ୱାସିଂଟନ: ଆମେରିକାରେ ସାନ୍‌ ଫ୍ରାନ୍‌ସିସ୍କୋ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ଗତକାଲି ନିଆଁ ଲଗାଇ ଦେଇଛନ୍ତି। ୫ ମାସ ମଧ୍ୟରେ ଭାରତୀୟ ଦୂତାବାସ ଉପରେ ଏହା ଦ୍ବିତୀୟ ଆକ୍ରମଣ। ଖଲିସ୍ତାନୀ ସମର୍ଥକମାନେ ଗତ ମାର୍ଚ୍ଚରେ ମଧ୍ୟ ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଥିଲେ। ତେବେ ଆଜିର ଘଟଣାରେ କେହି ମୃତାହତ ‌ହୋଇନାହାନ୍ତି। ଏହି ଘଟଣାର ଆମେରିକା କଡ଼ା ନିନ୍ଦା କରିଛି। ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲ୍ଲର କହିଛନ୍ତି, ଆମେରିକାରେ ବିଦେଶୀ କୂଟନୈତିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଏବଂ ହିଂସା ଏକ ଅପରାଧ। ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ଇତିମଧ୍ୟରେ କାନାଡ଼ାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଓଟ୍ଟାୱା ସ୍ଥିତ ଭାରତୀୟ ହାଇକମିସନ୍‌ ବାହାରେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଆସନ୍ତା ୮ ତାରିଖରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି। ପ୍ରସ୍ତାବିତ ‘ଖଲିସ୍ତାନ ଫ୍ରିଡମ୍‌ ରୢାଲି’ ଯୋଜନାକୁ ଭାରତ ବିରୋଧ କରିବା ସହିତ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି। କାନାଡ଼ା ହାଇକମିସନର କାମେରନ ମ୍ୟାକେଙ୍କୁ ଆଜି ସମନ୍‌ କରି ଭାରତ ଏହାର ଉଦବେଗ ଜଣାଇଦେଇଛି। ଏସଂପର୍କରେ କାନାଡ଼ା ବିଦେଶ ମନ୍ତ୍ରୀ ମେଲାନି ଜୟ କହିଛନ୍ତି, ଖଲିସ୍ତାନୀଙ୍କ ଆନ୍ଦୋଳନ ଗ୍ରହଣୀୟ ନୁହେଁ ଏବଂ ଆମେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା‌ ସୁନିଶ୍ଚିତ କରିଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ