ଅପରାଧ ଦେଶ ବିଦେଶ

ଆମେରିକାରେ ପୁଣି ଗୁଳିକାଣ୍ଡ : ହସ୍ପିଟାଲରେ ପଶି ୪ ଜଣଙ୍କୁ ମାରିଲା ଆତତାୟୀ

ନୂଆଦିଲ୍ଲୀ ୦୨/୦୬: ଅଶାନ୍ତ ଆମେରିକା । ଗତ କିଛି ଦିନ ହେବ ଆମେରିକାରେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । ବୁଧବାର ଓକଲାହୋମାର ଟୁଲସାରେ ଏକ ହସ୍ପିଟାଲରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ବୃତ୍ତ ପ୍ରଥମେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା ।

ସୂଚନାନୁସାରେ, ଓକଲାହୋମାର ଟୁଲସାରେ ଥିବା ଏକ ହସ୍ପିଟାଲର ବିଲଡିଂରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ନିଜକୁ ମଧ୍ୟ ଗୁଳିକରିଦେଇଥିଲା ଆତତାୟୀ। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଜଣକ ଗୁଳିମାଡ କରିଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମରେ ମଧ୍ୟ ସହାୟତା ନିଆଯାଇଛି ।

ସୂଚନାଯୋଗ୍ୟ. କିଛିଦିନ ପୂର୍ବରୁ ଆମେରିକାର ଟେକ୍ସାସ୍‌ରେ ଭୀଷଣ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ୧୯ଜଣ ସ୍କୁଲ ପିଲାଙ୍କ ସମେତ ମୋଟ ୨୩ଜଣଙ୍କ ମୃତ୍ୟୁ ଘଟିଥିଲା । କ୍ଲାସ୍‌ ଚାଲିଥିବା ବେଳେ ସ୍କୁଲ ଭିତରେ ପଶି ଜଣେ ଆତତାୟୀ ଗୁଳିମାଡ କରିଥିଲା । ଏହି ଘଟଣାର କିଛି ଦିନ ପୂର୍ବରୁ ବଫେଲୋର ସୁପର୍‌ ମାର୍କେଟ୍‌ରେ ଗୁଳିମାଡ ହୋଇଥିଲା । ଫଳରେ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ