ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆମାଜନ୍‌ର ଆପତ୍ତି ସତ୍ତ୍ଵେ ରିଲାଏନ୍ସ-ଫ୍ୟୁଚର ରିଟେଲ୍‌ ଚୁକ୍ତିକୁ ଅନୁମତି ଦେଲା ସିସିଆଇ

ନୂଆଦିଲ୍ଲୀ ୨୦/୧୧: କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଫ୍ୟୁଚର୍‌ ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଳଜିଷ୍ଟିକ୍‌ କାରବାରକୁ ଅଧିଗ୍ରହଣ କରିବା ପାଇଁ ଚୁକ୍ତି କରିଥିଲା। ଏନେଇ ସିସିଆଇ ଶୁକ୍ରବାର ଟ୍ବିଟ୍‌ କରି ଲେଖିଛି, ‘ଫ୍ୟୁଚର ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଲଜିଷ୍ଟିକ୍‌ସ କାରବାରର ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ୍‌ ଓ ରିଲାଏନ୍ସ ରିଟେଲ୍‌ ଆଣ୍ଡ ଫ୍ୟାସନ୍‌ ଲାଇଫ୍‌ଷ୍ଟାଇଲ୍‌ ଲିମିଟଡେ୍‌ ଦ୍ବାରା ଅଧିଗ୍ରହଣ କରିବାର ଚୁକ୍ତିକୁ ମଞ୍ଜୁରି ଦିଆଯାଇଛି।’

ଏକ ନିଶ୍ଚିତ ଧନରାଶିର ଚୁକ୍ତି ପାଇଁ ସିସିଆଇର ଅନୁମତି ଆବଶ୍ୟକ। ସେପଟେ ଆମେରିକୀୟ ଇ-ବାଣିଜ୍ୟ କମ୍ପାନୀ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୋଧରେ ଆପତ୍ତି କରିବା ସହ ଆଇନଗତ ପଦକ୍ଷେପ ନେଇଛି। ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ବିଚାରଧୀନ ରହିଛି।

ଆମାଜନ୍‌ ଚୁକ୍ତିରେ ଫ୍ୟୁଚର ଗ୍ରୁପ୍‌‌ ହସ୍ତକ୍ଷେପ କରୁଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଏ ସମ୍ବନ୍ଧରେ ଲିଖିତ ପ୍ରତିକ୍ରିୟା ଦେବାକୁ ପ୍ରତିପକ୍ଷଙ୍କୁ ୨୩ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ହାଇକୋର୍ଟ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ