ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆବୁଧାବିରେ ପ୍ରତିଷ୍ଠା ହେବ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆବୁଧାବିରେ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ। ସୋମବାର ଆଇଆଇଟି ଦିଲ୍ଲୀଠାରେ ୟୁଏଇର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। ଭାରତର ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ଉତ୍ତମ ବନ୍ଧୁ। ଆବୁଧାବିରେ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନିଶ୍ଚିତ ଭାବେ ଖୁସିର ବିଷୟ। ଏହି ପଦକ୍ଷେପ ଦୁଇ ଦେଶର ସଫଳ ନେତୃତ୍ୱର ପ୍ରତିଫଳନ। ଏହାଦ୍ୱାରା ଦୁଇ ଦେଶରେ ଶିକ୍ଷାକ୍ଷେତ୍ରରେ ସମ୍ପର୍କ ଆହୁରି ନିବିଡ ହେବ। ଶିକ୍ଷା ଭିତ୍ତିଭୂମି ମଜଭୁତ ହେବା ସହ ପିଲାଙ୍କ ମଧ୍ୟରେ ନବସୃଜନ ପାଇଁ ଆଗ୍ରହ ଆସିବ। ବୈଶ୍ୱିକ ମଡେଲ ମଧ୍ୟ ତିଆରି ହେବ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ସହ ଫ୍ୟୁଚର୍ ଚେଞ୍ଜମେକର୍ସ ସମର ବୁଟ କ୍ୟାମ୍ପର ଉଦଘାଟନ କରିଥିଲେ। ଭାରତ ଏବଂ ୟୁଏଇର ରାଷ୍ଟ୍ରଦୂତଙ୍କୁ ସାକ୍ଷାତ୍ କରିବା ସହ ୟୁଏଇର ଛାତ୍ରଛାତ୍ରୀମାନଙ୍କୁ ଭେଟି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେ କହିଥିଲେ ବୁଟ କ୍ୟାମ୍ପ ୟୁଏଇ ଏବଂ ଭାରତର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ ଶିକ୍ଷଣ ଅନଭୂତି ଦେବ। ସୂଚନାଯୋଗ୍ୟ, ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ