ରାଜ୍ୟ ସ୍ପେଶାଲ ରିପୋର୍ଟ

ଆବାସ ଅନିୟମିତତା: ଅଭିଯୋଗ କରିବାରୁ ଗାଁରୁ ବାସନ୍ଦ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାଳଲହଡ଼ା : ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ତାଲିକାରେ ଯଦି କେହି ଅଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତାଙ୍କ ବିରୋଧରେ ଲୋକେ ଅଭିଯୋଗ କରିବାକୁ ସରକାର ସୁଯୋଗ ରଖିଛନ୍ତି। ମାତ୍ର, ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗଁା ବୈଠକରେ ବାସନ୍ଦ କରାଯାଇଛି। ତାଙ୍କୁ ନିଆଁ ପାଣି ବନ୍ଦ କରାଯିବା ସହ ଗାଁର କୌଣସି ସାମୂହିକ କାର୍ଯ୍ୟକୁ ଡକାଯିବ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

ଏହି ବ୍ୟକ୍ତି ଜଣକ ‌ହେଲେ, ଲୋକନାଥ ସେଠୀ। ଲୋକନାଥଙ୍କ କହିବା ମୁ୍ତାବକ, ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ତାଲିକାରେ ତାଙ୍କ ନାମ ରହିଥିଲା। ଗାଁର ବର୍ତ୍ତମାନର ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ସାହୁ ଅଭିଯୋଗ କରିବାରୁ ତାଙ୍କ ନାମ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଲା। ହେଲେ, ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନାମ ହିତାଧିକାରୀ ତାଲିକାରେ ରହିଥିଲା। ଗତ ୨୫ ତାରିଖରେ ଲୋକନାଥ ଏ ସଂପର୍କରେ ଅଭିଯୋଗ କରିଥିଲେ। ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ଜଣେ ସ୍ବଚ୍ଛଳ ବ୍ୟକ୍ତି। ତାଙ୍କର ଫ୍ରିଜ୍‌ ଓ ଗାଡ଼ି ଅଛି। ତେଣୁ ହିତାଧିକାରୀ ତାଲିକାରୁ ତାଙ୍କ ନାମ ବାଦ୍‌ ଦିଆଯିବାକୁ ଲୋକନାଥ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନାମ ହିତାଧିକାରୀ ତାଲିକାରୁ କଟିଯାଇଥିଲା।

ଏପଟେ ସୂଚନା ଅଧିକାର ଆଇନ ବଳରେ ଲୋକନାଥ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ପୂର୍ଣ୍ଣଚନ୍ଦ୍ର ଜାଣିବାକୁ ପାଇଥିଲେ। ଲୋକନାଥ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ଦର୍ଶାଇ ସେ ଏହାର ବିଚାର ପାଇଁ ଗଁା କମିଟିକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଆଜି ଗାଁରେ ବୈଠକ ବସି ଲୋକନାଥଙ୍କୁ ଡକାଯାଇଥିଲା। ବୈଠକରେ ଲୋକନାଥଙ୍କୁ କୁହାଗଲା ଯେ ସରକାରୀ ଆବାସ ହିତାଧିକାରୀ ତାଲିକାରୁ ପୂର୍ଣ୍ଣଚନ୍ଦ୍ରଙ୍କ ନଁା କଟିଯିବା ପାଇଁ ସେ ଦାୟୀ। ପୂର୍ଣ୍ଣଚନ୍ଦ୍ରଙ୍କ ଘର ତିଆରି କର, ନଚେତ୍‌ ଦେଢ଼ଲକ୍ଷ ଟଙ୍କା ଦିଅ। ହେ‌ଲେ, ଲୋକନାଥ ସଭା‌ରେ ଟଙ୍କା ଦେବା କି ଘର ତିଆରି କରିବାକୁ ରୋକଠୋକ୍‌ ମନା କରି ଦେଇଥିଲେ। ସେ କହିଥିଲେ, ‘ମୁଁ ଗରିବ ଲୋକ, ମୋ କଥା ମଧ୍ୟ ବିଚାରକୁ ନିଆଯାଉ। ପୂର୍ଣ୍ଣଚନ୍ଦ୍ର ଜଣେ ସ୍ବଚ୍ଛଳ ବ୍ୟକ୍ତି। ସେ ଅଭି‌ଯୋଗ କରି ହିତାଧିକାରୀ ତାଲିକାରୁ ମୋ ନାମ କାଟିଲେ। ମୁଁ ମଧ୍ୟ ଅଭିଯୋଗ କରିବାରୁ ତାଲିକାରୁ ତାଙ୍କ ନାମ କାଟିଗଲା।’ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ ନକରିବାରୁ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ଲୋକନାଥ ଅଭିଯୋଗ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ମଧ୍ୟ ଏହା ସ୍ବୀକାର କରିଛନ୍ତି। ଲୋକନାଥ ଓ ପୂର୍ଣ୍ଣଚନ୍ଦ୍ର ପରସ୍ପର ବିରୋଧରେ ମିଥ୍ୟା ଅଭିଯୋଗ କରି ହିତାଧିକାରୀ ତାଲିକାରୁ ତାଙ୍କ ନାମ କାଟିଛନ୍ତି ବୋଲି ଉଭୟ କହିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।