ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି। ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବନି ତେବେ ନବୀନ ନିବାସ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୮-୧୯ ପ୍ରୋଭିଜନାଲ ୱେଟିଂ ଲିଷ୍ଟ୍ (ପିଡବ୍ଲ୍ୟୁଏଲ୍) ଯୋଗ୍ୟ ତାଲିକାକୁ ଆଧାର କରି ବର୍ତମାନର ନୂତନ ତାଲିକା ପ୍ରସ୍ତୁତିର ଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ। ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାନଯାଇ ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଉ। ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶ କରୁଥିବା କିମ୍ବା ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖିବା ସୁନିଶ୍ଚିତ କରନ୍ତୁ।
ପଞ୍ଚାୟତ ଅଫିସ ବଦଳରେ ବ୍ଲକରେ ଅଭିଯୋଗ ବାକ୍ସ ଖୋଲିବାର ଦାୟିତ୍ୱ ଦକ୍ଷ ଏବଂ ନିରପେକ୍ଷ ଅଧିକାରୀଙ୍କୁ ଦିଆଯାଉ। ବହୁ ହିତାଧିକାରୀ ଦୀର୍ଘ ୩ ବର୍ଷ ଧରି ଅପେକ୍ଷା କରି ନିରାଶ ହୋଇ ଶେଷରେ ଋଣ କରଜ କରି ଆଜବେଷ୍ଟସ୍ ପକାଇଛନ୍ତି। ତେଣୁ ଆଜବେଷ୍ଟସ୍ ଘରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ପକ୍କା ବାସଗୃହ ଯୋଗାଇ ଦିଆଯାଉ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ୍ ପ୍ରୋଗ୍ରାମ୍ ହୋଇଥିବାରୁ କୌଣସି ମତେ ଏହାର ନାମକରଣ ଏବଂ ଲୋଗୋକୁ ପରିବର୍ତନ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କେନ୍ଦ୍ରୀୟ ଗାଇଡଲାଇନରେ ଉଲ୍ଲେଖ ଅଛି। ଯଦି ନାମ କିମ୍ବା ଲୋଗୋ ପରିବର୍ତନ କରିବା ପାଇଁ ରାଜ୍ୟ ସରକାର କୌଣସି ଚକ୍ରାନ୍ତ କରିବେ ତେବେ ତାହାକୁ ବରଦାସ୍ତ କରାଯିବନି। ଏହା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ।
ବିଜେପିର ଏହି ଅଭିଯୋଗ ଉପରେ ବିଜେଡି କହିଛି, ବିଜେପିର କାମ ହେଉଛି ଅଭିଯୋଗ କରିବା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୬୦% ଦେଉଥିଲେ ବି ରାଜ୍ୟ ସରକାର ପ୍ରାୟ ୫୦% ଖର୍ଚ୍ଚ କରୁଛନ୍ତି। ତେଣୁ ଆବାସ ଯୋଜନାରେ ଓଡ଼ିଶା ସରକାରଙ୍କ ଲୋଗୋ ରହିଲେ ଅସୁବିଧା କେଉଁଠି? ବିଜେଡି କେବେ ବି କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜ୍ୟାକ୍ କରୁନାହିଁ। ବରଂ ସେମାନେ ଆମ ଯୋଜନାକୁ କପି କରୁଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ବିଜେଡି ତା’ର କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ବାଣ୍ଟିଛି। ଯେଉଁମାନେ ଯୋଗ୍ୟ, ବାତ୍ୟାରେ ଯାହା ଘର ଭାଙ୍ଗିଛି, ଆଦିବାସୀ, ଯାହାର ଘର ନିତାନ୍ତ ଆବଶ୍ୟକ ସେମାନଙ୍କୁ ଘର ମିଳୁ। ଯୋଗ୍ୟ ଲୋକଙ୍କୁ ଘର ନମିଳିଲେ ବିରାଟ ବିପ୍ଳବ ହେବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l