ଖେଳ ଦେଶ ବିଦେଶ

ଆପିଏଲ ନିଲାମି ପାଇଁ ୫୯୦ ଖେଳାଳିଙ୍କ ତାଲିକା ଘୋଷଣା କଲା ବିସିସିଆଇ : ଆସନ୍ତା ୧୨, ୧୩ ତାରିଖରେ ବାଙ୍ଗାଲୋରରେ ହେବ ନିଲାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ-୨୦୨୨ ପାଇଁ ନିଲାମି ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରିଛି ବିସିସିଆଇ । ଆଇପିଏଲ ପାଇଁ ମୋଟ ୫୯୦ ଜଣ ଖେଳାଳିଙ୍କ ତାଲିକା ଜାରି ହୋଇଛି । ଆସନ୍ତା ଫେବୃୟାରି ୧୨ ତାରିଖ ୧୩ ତାରିଖ ଦୁଇ ଦିନ ଧରି ନିଲାମ ହେବ । ବିସିସିଆଇ ଆଇପିଏଲର ୧୫ତମ ସଂସ୍କରଣ ପାଇଁ ବେଙ୍ଗାଲୁରରେ ଭବ୍ୟ ନିଲାମିର ଆୟୋଜନ କରିିବ । ଚଳିତ ବର୍ଷ ନିଲାମ ପାଇଁ ସର୍ବାଧିକ ରିଜର୍ଭ ଦର ୨ କୋଟି ଟଙ୍କା ରଖାଯାଇଛି । ବିସିସିଆଇ ଜାରି କରିଥିବା ଖେଳାଳି ତାଲିକାରେ ୪୮ ଜଣ ଏପରି ଖେଳାଳି ଅଛନ୍ତି ଯାହାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ।

ସେହିପରି ୨୦ ଖେଳାଳିଙ୍କ ବେସ ପ୍ରାଇସ୍ ଦେଢ କୋଟି ଟଙ୍କା ଓ ୩୪ ଖେଳାଳିଙ୍କ ବେସ ପ୍ରାଇସ ରହିଛି ଏକ କୋଟି ଟଙ୍କା ରହିଛି । ଚଳିତ ବର୍ଷ ନିଲାମିରେ ୩୭୦ ଭାରତୀୟ ଖେଳାଳି ସାମିଲ ହୋଇଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ପାଇଁ ନିଲାମ ହେବାକୁ ଥିବା ଖେଳାଳି ତାଲିକାରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ଖେଳାଳି, ୱେଷ୍ଟଇଣ୍ଡିଜର ୩୪ ଏବଂ ଦକ୍ଷିଣ ଆଫ୍ରିକାରୁ ଅଛନ୍ତି ୩୩ ଜଣ ଖେଳାଳି । ଚଳିତ ବର୍ଷ ଆଇପିଏଲ ପାଇଁ ଯେଉଁ ୫୯୦ ଖେଳାଳିଙ୍କ ନିଲାମ ହେବାକୁ ଯାଉଛି, ସେମାନଙ୍କ ମଧ୍ୟରେ ୨୨୮ ତମ କ୍ୟାପଡ ଖେଳାଳି, ୩୫୫ ଜଣ ଅନକ୍ୟାପଡ୍ ଓ ୭ ଜଣ ଆସୋସିଏଟସ ଖେଳାଳି ରହିଛନ୍ତି ।

ଆଇପିଏଲ୍‌ର ମେଗା ନିଲାମ ପାଇଁ କିଛି ପ୍ରମୁଖ ଖେଳାଳିଙ୍କ ମୂଳ ନିଲାମ ରାଶି ରଖାଯାଇଛି ୨ କୋଟି ଟଙ୍କା। ଏହି ରାଶି‌ର ବନ୍ଧନୀ ଭିତରେ ବହୁ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶିଖର ଧାୱନ, ଶ୍ରେୟସ ଆୟର ଏବଂ ରବିଚନ୍ଦ୍ରନ ଅଶ୍ବିନ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ପ୍ୟାଟ୍ କମିନ୍ସ, କାଗିସୋ ରବାଦା, ମିଚେଲ୍ ମାର୍ସ ଏବଂ ଷ୍ଟିଭେନ୍ ସ୍ମିଥ୍ ପ୍ରମୁଖଙ୍କ ପାଇଁ ମଧ୍ୟ ଏହି ମୂଳ ରାଶି ରହିଛି। ଶୀର୍ଷ ବନ୍ଧନୀର ୨ କୋଟି ମୂଳ ରାଶି ତାଲିକାରେ ମଧ୍ୟ ମହମ୍ମଦ ସାମି, ଭୁବନେଶ୍ବର କୁମାର, ଦେବଦତ୍ତ ପଡ଼ିକଲ, ୟୁଝବେନ୍ଦ୍ର ଚହଲ, ଶାର୍ଦୁଳ ଠାକୁର ରହିଛନ୍ତି ।

ବେଙ୍ଗାଲୁରୁରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ହେବାକୁ ଥିବା ନିଲାମରେ କେଉଁ ଖେଳାଳି କେତେରେ ଯିବେ ଦେଖିବାର ଅଛି । ଏହି ଦୁଇ ଦିନିଆ ମେଗା ନିଲାମ ପାଇଁ ମୋଟ ୧୨୧୪ ଖେଳାଳି ପଞ୍ଜିକୃତ ହୋଇଥିବା ବେଳେ ୫୯୦ ଜଣ ଚୂଡାନ୍ତ ନିଲାମକୁ ମନୋନୀତ ହୋଇଛନ୍ତି । ଏହା ମଧ୍ୟରେ ୨୨୮ କ୍ୟାପ୍‌ଡ, ୩୫୫ ଅନକ୍ୟାପ୍‌ଡ ଓ ୭ ଜଣ ସହଯୋଗୀ ଦେଶର ‌ଖେଳାଳି ଅଛନ୍ତି । ୨ କୋଟି ଟଙ୍କାର ମୂଳ ରାଶିରେ ମୋଟ ୪୮ ଜଣ ଖେଳାଳି ରହିଥିଲା ବେଳେ ୧.୫ କୋଟିରେ ୨୦ ଜଣ ଏବଂ ୧‌ କୋଟିରେ ୩୪ ଜଣ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ