ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଆପାର୍ଟମେଣ୍ଟ୍ ମାଲିକାନା ମାମଲାରେ ୨୦୨୨, ଜୁଲାଇ ୧୪ର ବିଜ୍ଞପ୍ତିରେ ରହିଥିବା ଦ୍ବନ୍ଦ୍ବ ଦୂର ପାଇଁ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର୍)ଙ୍କ ପକ୍ଷରୁ ଜାରି ସ୍ପଷ୍ଟୀକରଣକୁ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ। ଏ ନେଇ ଆଇଜିଆରଙ୍କ ତରଫରୁ ସ୍ପଷ୍ଟ ବିଜ୍ଞପ୍ତି ଜାରି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯିବାକୁ ଥିବା ବିଜ୍ଞପ୍ତିର ବହୁଳ ଭାବେ ପ୍ରଚାରପ୍ରସାର କରାଯିବ, ଯାହାଦ୍ବାରା ପୂର୍ବ ବିଜ୍ଞପ୍ତିରେ ରହିଥିବା ଦ୍ବନ୍ଦ୍ବ ଦୂର ହେବ ବୋଲି ହାଇକୋର୍ଟ କହିଛନ୍ତି। ଆଇଜିଆରଙ୍କ ଡିସେମ୍ବର ୩ର ସତ୍ୟପାଠକୁ ବିଚାରକୁ ନେଇ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଇଜିଆରଙ୍କ ଜୁଲାଇ ୧୪ର ବିଜ୍ଞପ୍ତିକୁ ନେଇ ଦ୍ବନ୍ଦ୍ବ ରହିଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୨୭ର ନିର୍ଦ୍ଦେଶ ଅନୁସାରେ ଆଇଜିଆର ଡିସେମ୍ବର ୩ରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସ୍ପଷ୍ଟୀକରଣ ରଖିଥିଲେ। ସତ୍ୟପାଠରେ ଜୁଲାଇ ୭ର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଶବ୍ଦ ‘କମ୍ପ୍ଲିଟେଡ୍’ କେଉଁ ଅର୍ଥରେ ବ୍ୟବହାର କରାଯାଉଛି, ସେ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଅନ୍ୟପକ୍ଷରେ, ନୂଆ ସଂଶୋଧିତ ଆଇନ ଆଣିବା ପ୍ରକ୍ରିୟା ଜାରି ରହିଛି ବୋଲି ଆଜି ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ପ୍ରମୋଟରଙ୍କ ସଂଘ ପକ୍ଷରୁ ପକ୍ଷଭୁକ୍ତ ପାଇଁ ଦାଖଲ ଇଣ୍ଟରଭେନସନ୍ ପିଟିସନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ବିମଳେନ୍ଦୁ ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ବେଳେ ମାମଲାର ୨୦୨୩, ଜାନୁଆରି ୩କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l