ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆପଣ ବି ଖାଉଛନ୍ତି କି ମୋମୋଜ୍ ? ଜାଣନ୍ତୁ ସ୍ୱାସ୍ଥ୍ୟ ପକ୍ଷେ କେତେ ହାନିକାରକ ଆପଣଙ୍କ ପ୍ରିୟ ଷ୍ଟ୍ରିଟ୍ ଫୁଡ୍

ଭୁବନେଶ୍ୱର ୨୮/୦୧ : ଆଜିକାଲି ଫାଷ୍ଟ ଫୁଡ୍ ଖାଦ୍ୟର ଚାହିଦା ସବୁଠାରୁ ଅଧିକ। ଅଧିକାଂଶ ଲୋକେ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରିଥାନ୍ତି। ଫାଷ୍ଟଫୁଡ୍ ମଧ୍ୟରେ ମୋମୋଜ୍ ଲୋକଙ୍କୁ ବହୁତ ପସନ୍ଦ। ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ। ପ୍ରତି ଗଳି କନ୍ଦିରେ ମୋମୋଜ୍ ଠେଲା ବା ଦୋକାନ ଉପଲବ୍ଧ। କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଆପଣ ବୋଧହୁଏ ଜାଣିନାହାନ୍ତି। ଯେକୌଣସି ଜିନିଷ ଅଧିକ ହେଲେ ଖରାପ ହୋଇଥାଏ। ଠିକ୍ ସେହିଭଳି ଅଧିକ ମୋମୋଜ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଅଧିକ ମୋମୋଜ୍ ସେବନ ଦ୍ୱାରା କଣ କଣ ସମସ୍ୟା ହୋଇଥାଏ ଜାଣନ୍ତୁ।

ମୋମୋଜ୍ ମଇଦାରେ ତିଆରି ହୋଇଥାଏ। ମଇଦାରେ ଏଜୋଡିକାର୍ବୋନା ମାଇଡ୍, ବେଞ୍ଜୋଇଲ୍ ପେରାକ୍ସାଇଡ୍ ଭଳି ତତ୍ତ୍ୱ ରହିଛି। ମଇଦାକୁ ସଫ୍ଟ କରିବାକୁ ଏଥିରେ ଏଲୋକ୍ସନ ନାମକ ତତ୍ତ୍ୱ ମଧ୍ୟ ପକାଯାଇଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ମଇଦାରେ ମିଶ୍ରଣ କରାଯାଉଥିବା ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ଏହାଦ୍ୱାରା ପାନକ୍ରିୟାଜ ପ୍ରଭାବିତ ହୋଇଥାଏ। ତାଛଡା ଏହା ମଧୁମେହ ଆଶଙ୍କା ମଧ୍ୟ ବଢ଼ାଇଥାଏ।

ମୋମୋଜ୍ ଉଭୟ ଭେଜ୍ ଓ ନନ୍ ଭେଜରେ ତିଆରି ହୋଇଥାଏ। ନନ୍ ଭେଜ ମୋମୋଜ୍ ପାଇଁ ଚିକେନ୍ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ବ୍ୟବହୃତ ହେଉଥିବା ଚିକେନର କ୍ୱାଲିଟି ଭଲ ନଥାଏ। ଖରାପ କ୍ୱାଲିଟି ଚିକେନ୍ ରୋଗାକ୍ରାନ୍ତ କରିପାରେ।

ମୋମୋଜରେ ଦିଆଯାଉଥିବା ଚଟଣୀ ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକାରକ। ଏହି ରାଗ ଚଟଣୀ ଲୋକେ ବହୁତ ପସନ୍ଦ କରନ୍ତି। ଏହି ଚଟଣୀରେ ଅତ୍ୟଧିକ ଲଙ୍କା ପଡିଥାଏ। ମାତ୍ରାଧିକ ଲଙ୍କା ସ୍ୱାସ୍ଥ୍ୟ ପାଇଁ ଖରାପ। ଅତ୍ୟଧିକ ରାଗ ସେବନ ଦ୍ୱାରା ଆପଣ କୋଷ୍ଠକାଠିନ୍ୟର ଶିକାର ହୋଇପାରନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ