ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଆପଣଙ୍କ ସହ ଲକ୍ଷ ଲକ୍ଷ ପ୍ରଶସଂକ ଅଛନ୍ତି, ମୁଁ ମଧ୍ୟ ସର୍ବଦା ଆପଣଙ୍କ ସହ ରହିବି ; ଅନୁଭବଙ୍କ ପୋଷ୍ଟ୍‌ରେ ଏପରି ପ୍ରତିକ୍ରିୟା ରଖିଲେ ଜାଗୃତି

ଭୁବନେଶ୍ବର: କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳା ଓ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଅନୁଭବ ମହାନ୍ତି।

ସେ ଅଶ୍ବିନୀ ଦୁବେଙ୍କ ଜନ୍ମଦିନ ଅବସରରେ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଅଶ୍ୱିନୀ ଓ ଜାଗୃତିଙ୍କର ଏକ ‌ଫଟୋ ସେୟାର କରି ଅଶ୍ବନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଜାଗୃତିଙ୍କୁ ଜଣେ ଭଲ ବନ୍ଧୁ ଭାବେ ଖୁବ୍ ପ୍ରଶଂସା କରିଥିଲେ। ଯାହାର ପତିକ୍ରିୟାରେ ଲୋକସଭା ଟିଭିର ଉପସ୍ଥାପିକା ତଥା ଲୋକପ୍ରିୟ ସାମ୍ବାଦିକା ଜାଗୃତି ମଧ୍ୟ ଅନୁଭବଙ୍କ ପ୍ରତି ନିଜର ସୌଜନ୍ୟ ପ୍ରଦର୍ଶନ କରିଛନ୍ତି।

ଜାଗୃତି ଫେସ୍‌ବୁକ୍‌ରେ ଅନୁଭବଙ୍କ ପୋଷ୍ଟର ଜବାବରେ ଲେଖିଛନ୍ତି, ‘ଅନୁଭବ ଜୀ, ଆପଣଙ୍କର ଭଲପଣିଆ ଏବଂ ସଚ୍ଚୋଟପଣିଆକୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଯଥେଷ୍ଟ ଶବ୍ଦ ନାହିଁ । ମୁଁ ମଧ୍ୟ ତୁମର ଶକ୍ତି ଏବଂ ତୁମର ଅସହାୟତାର ସାକ୍ଷୀ। ସମସ୍ତ ଅସୁବିଧା ବିରୋଧରେ ଲଢ଼ିବା ପାଇଁ ଈଶ୍ବର ଆପଣଙ୍କୁ ସାହସ ଦେଇଛନ୍ତି। ବଡ଼ ସତ୍ୟ ହେଉଛି – ଆପଣଙ୍କ ଭାଗ୍ୟ କେହି ଆପଣଙ୍କଠାରୁ ଛଡ଼ାଇ ନେଇ ପାରିବେ ନାହିଁ। ଆପଣଙ୍କ ନିକଟରେ ଅଶ୍ୱିନୀ ଜୀଙ୍କ ପରି ଲୋକମାନେ ଅଛନ୍ତି, ଯେଉଁମାନେ କି ଆପଣଙ୍କ ସହିତ ପଥର ପରି ଛିଡା ହୁଅନ୍ତି, ଆପଣଙ୍କ ପରିବାର ଆପଣଙ୍କ ସହିତ ଅଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଆପଣଙ୍କ ସହିତ ଅଛନ୍ତି। ଯେଉଁମାନେ ଆପଣଙ୍କୁ ବିନା ସର୍ତ୍ତରେ ଭଲ ପାଆନ୍ତି ଏବଂ ହଁ, ମୁଁ ମଧ୍ୟ ସବୁବେଳେ ଆପଣଙ୍କ ସହିତ ରହିବି!’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ